ଭୁବନେଶ୍ୱର: ଆଜି ଜନ୍ମାଷ୍ଟମୀ ବା ଗୋକୁଳଅଷ୍ଟାମୀ । ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ । ସାରା ଦେଶରେ ହିନ୍ଦୁମାନେ ଏହାକୁ ଖୁବ ଧୁମଧାମରେ ପାଳନ କରନ୍ତି ।
ପୌରାଣିକ ଗ୍ରନ୍ଥ ଅନୁସାରେ ଦ୍ୱାପର ଯୁଗରେ ଯେତେବେଳେ ଧରାପୃଷ୍ଠ କଂସର ଅତ୍ୟାଚାରରେ ଅତିଷ୍ଠ ହୋଇ ହୋଇଯାଇଥିଲା, ସେତେବେଳେ ଭଗବାନ ବିଷ୍ଣୁ ଶ୍ରୀକୃଷ୍ଣଙ୍କ ରୂପରେ ଜନ୍ମ ଗ୍ରହଣ କରିଥିଲେ । ଭଗବାନ ବିଷ୍ଣୁଙ୍କ ୧୦ ଅବତାର ମଧ୍ୟରୁ ଏହା ୮ମ ଅବତାର ।
ମଥୁରା ନଗରୀର ରାଜା କଂସର ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଥିଲା । ଦିନେ ଆକାଶବାଣୀ ହେଲା ଯେ ଭଉଣୀ ଦେବକୀର ଅଷ୍ଟମ ସନ୍ତାନ କଂସର ବଦ୍ଧ କରିବ ।
ଏହାପରେ ଭଉଣୀ ଦେବକୀଙ୍କୁ ତାଙ୍କ ସ୍ୱାମୀ ବାସୁଦେବଙ୍କ ସହ କଂସ କାଳ କୋଠରୀରେ ବନ୍ଦୀ କରିଦେଲା । କଂସ ଦେଵକୀର ପ୍ରଥମ ସତଟି ସନ୍ତାନଙ୍କ ହତ୍ୟା କରିଦେଲା ।
ଧର୍ମର ରକ୍ଷା ପାଇଁ ଅଧର୍ମର ବିନାଶ ପାଇଁ ସ୍ବର୍ଗ ଲୋକରୁ ମର୍ତ୍ତ୍ୟ ଲୋକକୁ ଓଲ୍ହାଇ ଆସିଥିଲେ ମହାପ୍ରଭୁ ।
ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିର ମଧ୍ୟ ରାତ୍ରିରେ ମାଆ ଦେବକୀଙ୍କ ଔରସରୁ ଜନ୍ମ ନେଇଥିଲେ ଗୋଲକ ବିହାରୀ ।
ଅତ୍ୟାଚାରୀ ମାମୁଁ କଂସର ଭୟରେ ପିତା ବାସୁଦେବ ନବଜାତ ଶିଶୁକୁ ନିଜ ମିତ୍ର ଗୋପପୁରର ନନ୍ଦ-ଯଶୋଦାଙ୍କ ପାଖରେ ଛାଡି ଦେଇ ଆସିଥିଲେ ।
ଗୋପପୁରର ରାଜା ନନ୍ଦବାବା ଓ ରାଣୀ ଯଶୋଦା ମାତା ଶ୍ରୀକୃଷ୍ଣଙ୍କୁ ପାଇ ଖୁସିରେ ବିଭୋର ହୋଇଯାଇଥିଲେ । ଆଉ ସେହି ଦିନରୁ ଜନ୍ମାଷ୍ଟମୀ ପାଳନ କରାଯାଉଛି ।
ହିନ୍ଦୁଧର୍ମର ଲୋକମାନେ ଏହାକୁ ଧୁମଧାମରେ ପାଳନ କରିବା ସହ ଅନେକ ସ୍ଥାନରେ ଦହି ହାଣ୍ଡି ଭାଙ୍ଗି କୃଷ୍ଣଙ୍କ ଆଗମନକୁ ସ୍ୱାଗତ କରାଯାଏ । ଶ୍ରୀକୃଷ୍ଣଙ୍କ ଜନ୍ମମାଟି ମଥୁରା ଏବଂ ଦ୍ଵାରିକାରେ ଏହି ଉତ୍ସବକୁ ବହୁ ଆଡ଼ମ୍ବର ସହ ପାଳନ କରାଯାଏ ।
Comments are closed.