Latest Odisha News

BREAKING NEWS

ଦମ୍ପତିଙ୍କ ଦେଶୀ ଯୁଗାଡ ଦେଖି ଲୋକେ କହିଲେ, ଓଃ ! କି ଚମତ୍କାର

ନୂଆଦିଲ୍ଲୀ: ଆମ ଦେଶର ଲୋକେ ଯୁଗାଡ ଲଗାଇ କଷ୍ଟକର କାମକୁ ସହଜ କରି ଦିଅନ୍ତି । ନିକଟରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖି ଲୋକେ ଚକିତ ହେବା ସହ ଦମ୍ପତିଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ।

ଏହି ଭିଡିଓକୁ ପବ୍ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି । ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି ଜଣେ ଦମ୍ପତି ଏକ କାରରେ ଯାତ୍ରା କରୁଛନ୍ତି । ସେହି ସମୟରେ ବାହାରେ ବର୍ଷା ମଧ୍ୟ ହେଉଛି । ଆଉ ତାଙ୍କ କାରର ୱାଇପର ଖରାପ ହୋଇଯାଇଛି । ଏଭଳି ପରିସ୍ଥିତିରେ ଏହି ଦମ୍ପତି ଏକ ଚମତ୍କାର ଜୁଗାଡ ତିଆରି କରିଛନ୍ତି । କାରରେ ବସିଥିବା ମହିଳା ଦୁଇ ଲମ୍ୱା ଦଉଡିକୁ ଉଭୟ ୱାଇପରରେ ବାନ୍ଧିଛନ୍ତି । ତା’ପରେ  ଦୁଇ ହାତରେ ଦଉଡି ଟାଣୁଛନ୍ତି । ଫଳରେ ୱାଇପର କାରର କାଚ ସଫା କରୁଛି ।

 

View this post on Instagram

 

A post shared by Pubity (@pubity)

ଏହି ଭିଡିଓ ପୋଷ୍ଟ କରିବାର ୨୪ ଘଣ୍ଟା ମଧ୍ୟରେ ଲକ୍ଷେରୁ ଅଧିକ ଥର ଲୋକେ ଦେଖିସାରିଲେଣି । ଏମିତିକି ଭିଡିଓକୁ ଦେଖି ଲୋକେ ବିଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ୱାଇପର ଠିକ୍ କରିବା ପରିବର୍ତ୍ତେ  ଭାଇ ଜଣଙ୍କ କାରରେ  ଜଣେ ମହିଳାଙ୍କୁ ବସାଇ ଦେଇଛନ୍ତି । ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି ,‘‘ ମୁଁ ଯେତେ ଅଧିକ ଏହି ଭିଡିଓକୁ ଦେଖୁଛି ,ସେତିକି ମଜା ପାଉଛି । ଏହି ଯୁଗାଡ ସୁବିଧାଜନକ ହୋଇ ନପାରେ, କିନ୍ତୁ  ଯଦି ଏହା କାମ କରେ, ତାହା ଚମତ୍କାର ଅଟେ ।

 

Leave A Reply

Your email address will not be published.