Latest Odisha News

BREAKING NEWS

ଭାରତୀୟ ମହିଳାଙ୍କୁ ଅଷ୍ଟ୍ରେଲିଆରେ ହତ୍ୟା

ଅଷ୍ଟ୍ରେଲିଆ: ଭାରତୀୟ ମହିଳାଙ୍କୁ ଅଷ୍ଟ୍ରେଲିଆରେ ହତ୍ୟା । ଅଳିଆ ଗଦାରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ତାଙ୍କ ସ୍ବାମୀ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ସୂଚନା ରହିଛି କି ଗଲା କିଛି ଦିନ ହେବ ମହିଳା କାହା ସମ୍ପର୍କରେ ନଥିଲେ । ସ୍ଥାନୀୟ ମିଡିଆ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ମହିଳାଙ୍କ ଚୈତନ୍ୟ ସ୍ବେତା ମଧାଗନୀ କିଛି ଦିନ ହେବ ନିଜ ପରିବାର ସହ ଅଷ୍ଟ୍ରେଲିଆରେ ରହୁଥିଲେ । ସେ ହାଇଦ୍ରାବାଦର ବାସିନ୍ଦା । ତାଙ୍କ ମୃତଦେହ ଶନିବାର ଦିନ ଶୂନଶାନ ରାସ୍ତାର ଅଳିଆ ଗଦାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । କୁହାଯାଉଛି ସ୍ବେତାଙ୍କ ସ୍ବାମୀ ଅଶୋକ ରାଜ ତାଙ୍କ ୫ ବର୍ଷର ପୁଅକୁ ନେଇ ମାର୍ଚ୍ଚରେ ଭାରତ ଆସିଥିଲେ । ଏହା ପରଠାରୁ ସ୍ବେତାଙ୍କ କୌଣସି ପତ୍ତା ମିଳୁନଥିଲା । ତାଙ୍କ ସହ ତାଙ୍କ ସମ୍ପର୍କୀୟଙ୍କ କୌଣସି ଯୋଗାଯୋଗ ହୋଇନଥିଲା ।

ସ୍ବେତାଙ୍କ ସ୍ବାମୀ ଅଶୋକ ଅଷ୍ଟ୍ରେଲିଆରେ ଥିବା ତାଙ୍କ ପଡ଼ୋଶୀଙ୍କ ପାଖରୁ ସ୍ବେତାଙ୍କ ବିଷୟରେ ପଚାରି ବୁଝୁଥିଲେ । ଅଶୋକ ପୋଲିସ ସହ ମଧ୍ୟ କଥାବାର୍ତା କରିଛନ୍ତି ତଦନ୍ତର ସମସ୍ତ ପ୍ରକାର ସାହାର୍ଯ୍ୟ କରିବାକୁ ମଧ୍ୟ କହିଛନ୍ତି । ହତ୍ୟାର କିଛି ସୁରାଗ ମଧ୍ୟ ପୋଲିସ ହାତରେ ଲାଗିଛି । କୁହାଯାଉଛି ହତ୍ୟାକାରୀ ଅଷ୍ଟ୍ରେଲିଆରୁ ଫେରାର ହୋଇଯାଇଛି ।

ଉପ୍ପଲ ବିଧାୟକ  ବଣ୍ଡାରୀ ଲକ୍ଷ୍ମା ରେଡ୍ଡି କହିଛନ୍ତି ମୃତ ମହିଳା ଜଣଙ୍କ ତାଙ୍କ ସଂସଦୀୟ କ୍ଷେତ୍ରର । ତାଙ୍କ ପରିବାର ସହ ମଧ୍ୟ ସାକ୍ଷାତ ହୋଇଛି । ମହିଳାଙ୍କ ପିତା,ମାତାଙ୍କ ଅନୁରୋଧ କ୍ରମେ ତାଙ୍କ ମୃତଦେହକୁ ଭାରତ ଆଣିବାକୁ ବୈଦେଶିକ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି । କେନ୍ଦ୍ରୀୟ ମନ୍ତ୍ରୀ କିଷାନ ରେଡ୍ଡୀଙ୍କ ସହ ମଧ୍ୟ ଏହି ବିଷୟରେ କଥା ହୋଇଥିବା କହିଛନ୍ତି ବିଧାୟକ ।

Leave A Reply

Your email address will not be published.