Latest Odisha News

BREAKING NEWS

ବାପା ଆଗରେ ଶିଶୁ କନ୍ୟାର ମୂଲ୍ୟ ମାତ୍ର ୧୨ ହଜାର ଟଙ୍କା

ଯାଜପୁର: ବାପା ଆଗରେ ଝିଅର ମୂଲ୍ୟ ମାତ୍ର ୧୨ ହଜାର ଟଙ୍କା । ହଁ ଆଜ୍ଞା କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ସାନରାଇପଡ଼ା ଗ୍ରାମରେ । ଦରିଦ୍ରତାର କରୁଣ ପରିଣତି ପାଇଁ ବାପା ଜନ୍ମିତ ଝିଅକୁ ୧୨ ହଜାର ଟଙ୍କାରେ ବିକି ଦେଇଥିବା ଜଣାପଡ଼ିଛି ।

ଗତ ୨୭ ତାରିଖ ସାନରାଇପଡ଼ା ଗ୍ରାମରେ ଏକ ଶିଶୁ କନ୍ୟାକୁ ମା’ କାଞ୍ଚନ ବେହେରା ଜନ୍ମ ଦେଇଥିଲେ । ହେଲେ ଘରେ ଖାଇବାକୁ ନଥିବାରୁ ଶିଶୁକନ୍ୟାକୁ କେନ୍ଦ୍ରପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳର ଜଣେ ଲୋକଙ୍କୁ ୧୨ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ ।

ଏବାବଦରେ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା କର୍ମଚାରୀ ତନାଘନା ଆରମ୍ଭ କରିଛନ୍ତି । ବିକ୍ରି ହୋଇଥିବା ଶିଶୁ କନ୍ୟାକୁ ଉଦ୍ଧାର କରାଯିବା ସହ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା କର୍ମୀ କହିଛନ୍ତି ।

Comments are closed, but trackbacks and pingbacks are open.