Latest Odisha News

BREAKING NEWS

କଡ଼ା ସୁରକ୍ଷା ସତ୍ତ୍ୱେ ରଥରେ କିଭଳି ଚଢ଼ିଲେ ଅଣ ସେବାୟତ ? ସୋସିଆଲ୍ ମିଡିଆରେ ରିଲ୍ ଭାଇରାଲ୍

ପୁରୀ: ଘୋଷଯାତ୍ରା ବେଳେ ତମାମ୍ ଅବ୍ୟବସ୍ଥା ପରେ ଆଉ ଏକ ତ୍ରୁଟି ସାମ୍ନାକୁ ଆସିଛି । ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ରଥ ଉପରେ ଶ୍ରୀଜୀଉଙ୍କ ଭିଡିଓ ଓ ଫଟୋ । ଯେଉଁଥିରେ କିଛି ଅଣ ସେବାୟତ ରଥ ଉପରେ ଚଢ଼ିବା ସହ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗକୁ ସ୍ପର୍ଶ କରି ଫଟୋ ଓ ଭିଡିଓକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଥିବା ବେଳେ ଅସନ୍ତୋଷ ପ୍ରକାଶ ପାଇଛି ।

ବ୍ୟବସ୍ଥାବଳୀ ଅନୁଯାୟୀ ରଥ ଉପରେ କୌଣସି ଅଣ ସେବାୟତ ଚଢ଼ିବେ ନାହିଁ କି ମହାପ୍ରଭୁଙ୍କୁ ସ୍ପର୍ଶ କରିବେ ନାହିଁ । ଏନେଇ ରଥ ସମନ୍ୱୟର ବିଭିନ୍ନ ବୈଠକରେ ବିଭିନ୍ନ ସେବାୟତ ନିଯୋଗ ସହ ରଥଯାତ୍ରା ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କୁ ସଚେତନତା କରାଯାଇଥିଲା ।

ତମାମ୍ ବୈଠକ ଓ ସଚେତନତା ସତ୍ତ୍ୱେ କିଭଳି ଅଣ ସେବାୟତ ରଥରେ ଚଢ଼ି ଶ୍ରୀଅଙ୍ଗକୁ ଛୁଇଁଲେ ? ଅଣ ସେବାୟତଙ୍କୁ ଏଥିପାଇଁ କିଏ ସହଯୋଗ କଲା ? ପାସ୍ କେଉଁଠୁ ପାଇଲେ ? ତମାମ୍ ପ୍ରଶ୍ନ ଉଠିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ତଦନ୍ତ କରାଯିବ । ଯିଏ ନିୟମ ଉଲ୍ଲଂଘନ କରିଥିବେ ତାଙ୍କ ବିରୋଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ।

ରଥ ଯାତ୍ରା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଥିଲା । ଜେଟିପି ପୋଲିସ ସହ ସମସ୍ତ ସେବାୟତ ଥିବା ବେଳେ କିଭଳି ଅଣ ସେବୟତ ମାନେ ରଥ ଉପରକୁ ପ୍ରବେଶ କଲେ ସେନେଇ ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.