Latest Odisha News

BREAKING NEWS

ସୁଶାନ୍ତଙ୍କ ଶରୀରରେ ଲିଗେଚର ମାର୍କ; ଜାଣନ୍ତୁ କ’ଣ ଏହି ଚିହ୍ନ…

ମୁମ୍ବାଇ: ବଲିଉଡ ଅଭିନେତା ତଥା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ସିବିଆଇ ମୁମ୍ବାଇରେ ପହଞ୍ଚିଛି । ଏହି ମାମଲାରେ ଶୁକ୍ରବାର ଦିନ ସିବିଆଇ କିଛି ଲୋକଙ୍କୁ ପଚରାଉଚରା କରୁଛି ।

ଏଭଳି ସମୟରେ ତାଙ୍କର ଅଟୋପ୍ସି ରିପୋର୍ଟ ସାମ୍ନାକୁ ଆସିଛି । ଯାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଏନଆଇର ରିପୋର୍ଟ ଅନୁଯାୟୀ ତାଙ୍କ ଶରୀରରେ ଲିଗେଚର ମାର୍କ ଥିଲା । ଯାହାକୁ ସାଧାରଣ ଭାଷାରେ ଗଭୀର କ୍ଷତଚିହ୍ନ ବୋଲି କୁହାଯାଏ ।

ମୁଖ୍ୟତଃ ଏହା ‘ୟୁ’ ସେପର ହୋଇଥାଏ । ଯାହା ସୂଚାଏ କି ସମ୍ପୃକ୍ତ ବ୍ୟକ୍ତିଙ୍କ ବେକକୁ କେହି ରଶି କିମ୍ବା ସେପରି କିଛି ଜିନିଷରେ ଜୋରସେ ଚିପି ଦେଇଛି ।

ଉକ୍ତ ଲିଗଚେର ମାର୍କର ଦୈର୍ଘ୍ୟ ୩୩ ସିମି. ଥିବା ରିପୋର୍ଟରୁ ଜଣାପଡିଛି ।

ନିକଟ ଅତୀତରେ ସୁଶାନ୍ତଙ୍କ ପିତା କେ କେ ସିଂହ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ବିରୋଧରେ ବିହାର ପୋଲିସ ପାଖରେ ଏଫଆଇଆର୍ ଦାଏର କରିଥିଲେ । ଏପରିକି ରିୟା ସୁଶାନ୍ତଙ୍କ ୧୫ କୋଟି ଟଙ୍କା ନେଇ ଯାଇଥିବା ଏବଂ ତାଙ୍କୁ ଆତ୍ମହତ୍ୟା ଲାଗି ଉସୁକାଇ ଥିବା ଭଳି ସଙ୍ଗୀନ ଅଭିଯୋଗ କରିଥିଲେ ।

ସୂଚନାଯୋଗ୍ୟ, ବଲିଉଡର ଚର୍ଚ୍ଚିତ ତଥା ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ ।

Leave A Reply

Your email address will not be published.