Latest Odisha News

BREAKING NEWS

ଗଣେଶ ଚତୁର୍ଥୀ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗଣେଶ ଚତୁର୍ଥୀ ଅବସରରେ ଶନିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏହି ଅବସରରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟ କରିଛନ୍ତି।

ସେହପିରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟ୍ୱିଟ୍ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

“ପବିତ୍ର ଗଣେଶ ଚତୁର୍ଥୀରେ ରାଜ୍ୟବାସୀଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା। ଜ୍ଞାନର ଦେବତା, ବିଘ୍ନନାଶନ ପ୍ରଭୁ ଶ୍ରୀ ଗଣେଶଙ୍କ କୃପା, ଆଶୀର୍ବାଦରୁ କୋଭିଡ ସଙ୍କଟ ଶୀଘ୍ର ଦୂର ହେବା ସହ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିମୟ ହେଉ” ବୋଲି ଟ୍ୱିଟରେ ଉଲ୍ଲେଖ ରହିଛି ।

ଗଣେଶ ଚତୁର୍ଥୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହିତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି।

ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥିକୁ ‘ଗଣେଶ ଚତୁର୍ଥୀ’ ରୂପେ ପାଳନ କରାଯାଇଥାଏ । ହେଲେ ଚଳିତ ଥର କରୋନା କଟକଣା ଯୋଗୁଁ ଗଣେଶ ପୂଜା ନିରାଡମ୍ବର ଭାବେ ପାଳନ କରାଯିବ ।

 

Leave A Reply

Your email address will not be published.