Latest Odisha News

ବାଲେଶ୍ଵରରୁ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ରହିିଛି କୋଲକାତା ଲିଙ୍କ

ଭୁବନେଶ୍ୱର: ବାଲେଶ୍ଵରରୁ ଶୁକ୍ରବାର ଦିନ ଜଣେ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏପରିକି ତାଙ୍କର କୋଲକାତା ଲିଙ୍କ ଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି।

ସମ୍ପୃକ୍ତ ବ୍ୟକ୍ତି ଜଣକର ବୟସ ୫୮ ବର୍ଷ ଏବଂ ସେ ଜଣେ ପୁରୁଷ। ସେ କୋଲକାତା ଫେରନ୍ତା ହୋଇଥିଲା ବେଳେ ତାଙ୍କ ଶରୀରରେ କୌଣସି ଲକ୍ଷଣ ନଥିଲା। ନମୁନା ପରୀକ୍ଷା ପରେ କରୋନାରେ ଆକ୍ରାନ୍ତ ହୋଇଥିବା  ଜଣାପଡିଛି।

ତାଙ୍କର କଣ୍ଟାକ୍ଟ ଟ୍ରେନିଂ ଜାରି ରହିଥିବା ବେଳେ ଏହି ବ୍ୟକ୍ତିଙ୍କୁ ମିଶାଇ ବାଲେଶ୍ଵର ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି ।

Leave A Reply

Your email address will not be published.