Latest Odisha News

BREAKING NEWS

ଆସନ୍ତାକାଲି ଶ୍ରୀମନ୍ଦିରରେ ପାଳନ ହେବ ଦେବ ଦୀପାବଳି, ପ୍ରଜ୍ବଳିତ ହେବ ୧ ଲକ୍ଷ ଦୀପ

ପୁରୀ: ଆସନ୍ତାକାଲି (ମଙ୍ଗଳବାର) ଶ୍ରୀମନ୍ଦିରରେ ପାଳନ ହେବ ଦେବ ଦୀପାବଳି । ପବିତ୍ର ଦେବ ଦୀପାବଳିରେ ଶ୍ରୀମନ୍ଦିର ସିଂହଦ୍ଵାରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏକ ଲକ୍ଷ ଦୀପ ପ୍ରଜ୍ବଳନ କରାଯିବ । ବିଶ୍ୱର ମଙ୍ଗଳ କାମନା କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆସନ୍ତାକାଲି ପବିତ୍ର ଦେବ ଦୀପାବଳୀରେ ସମୂହ ଦୀପଦାନ କରାଯିବ । ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଓ ଛତିଶାନିଯୋଗ ପକ୍ଷରୁ ଏହି ଦୀପଦାନ କାର୍ଯ୍ୟକ୍ରମ କରାଯିବ ।

ହିନ୍ଦୁ ଧର୍ମ ଓ ପରମ୍ପରାକୁ ରକ୍ଷା କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ୩ ଦିନି ଧରି ଶ୍ରୀମନ୍ଦିରରେ ଦେବ ଦୀପାବଳି ପାଳନ କରାଯିବା ନେଇ ସୂଚନା ରହିଛି । ଏନେଇ ଓଡ଼ିଶା ଇଣ୍ଟରନେସନାଲ ସେଣ୍ଟର ସଂଯୋଜକ ଶୁଭାଶିଷ ଖୁଣ୍ଟିଆ ସମସ୍ତ ରାଜ୍ୟବାସୀଙ୍କୁ ଏହି ସମୂହ ଦୀପ ଦାନରେ ଯୋଗ ଦେବାକୁ ଆହ୍ବାନ କରିଛନ୍ତି । ଏହାସହ ପୁରୀ ସହରବାସୀଙ୍କୁ ନିଜ ନିଜ ଘରେ ଦୀପ ଦାନ କରିବା ସହ ଆୟୋଜିତ ଭଜନ ସମୋରେହରେ ଭାଗ ନେବାକୁ ମଧ୍ୟ ନିବେଦନ କରାଯାଇଛି ।

ତେବେ ଏଠାରେ କହି ରଖୁଛୁଯେ, ଅଯୋଧ୍ୟା ରେ ପ୍ରଥମେ ଏହି ଦେବଦୀପାବଳି ଆୟୋଜିତ କରାଯାଉଥିବାବେଳେ, ଏବେ ଗତ ୨ ବର୍ଷ ଧରି ପୁରୀରେ ଏହି ପବିତ୍ର ଉତ୍ସବ ଆରମ୍ଭ ହୋଇଛି । କୋଭିଡରୁ ମୁକ୍ତି ପାଇଁ ବିଶ୍ବର ମଙ୍ଗଳ କାମନା କରି ୨୦୨୧ ମସିହାରେ ଏହି ନିଆରା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.