Latest Odisha News

BREAKING NEWS

ଭଦ୍ରକରେ ଟୋକା ଗଣେଶଙ୍କ ଭସାଣ ଉତ୍ସବ

ଭଦ୍ରକ: ଧରାପୃଷ୍ଠରୁ ବିଦାୟ ନେଲେ ଟୋକା ଗଣେଶ । ଭଦ୍ରକ ସହରର ପୂରୁଣାବଜାରଠାରେ ଗଣେଶ ଚତୁର୍ଥୀଠାରୁ ମାସେ ଧରି ପୂଜା ପାଇ ଆସୁଥିବା ବାବା ଟୋକା ଗଣେଶଙ୍କର ଭସାଣି ଉତ୍ସବ ଶାନ୍ତା ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି । ସ୍ଥାଇ ମଣ୍ଡପରୁ ବାବା ଟୋକା ଗଣେଶଙ୍କ ନିରାଡମ୍ବର ଶୋଭାଯାତ୍ରା ବାହାରିଥିଲା ।

ବାବା ଟୋକା ଗଣେଶଙ୍କ ଭସାଣି ଉତ୍ସବରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବାଦ୍ୟଯନ୍ତ୍ର ଆସିଥାଏ । ଏବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ବାଦ୍ୟଯନ୍ତ୍ର ବାଜି ନଥିଲା । ବାବା ଟୋକା ଗଣେଶଙ୍କ ଚାନ୍ଦିମେଢ ଦେଖିବା ପାଇଁ ଭକ୍ତଙ୍କ ସମାଗମ ହୋଇଥିଲା ।

ଓଡ଼ିଶାର ପ୍ରସିଦ୍ଧ ଲାଭ କରିଥିବା ବୁଢ଼ା ଓ ଟୋକା ଗଣେଶଙ୍କ ପୂଜାକୁ ଭଦ୍ରକରେ ଉଭୟ ହିନ୍ଦୁ ଓ ମୁସଲିମ ସଂପ୍ରଦାୟର ଲୋକ ମିଳିମିଶି ଶାନ୍ତି ଶୃଙ୍ଖଳାର ସହ ପାଳନ କରିଥାଆନ୍ତି । ଏବର୍ଷ କରୋନା କଟକଣା ଯୋଗୁ ଉତ୍ସବ ଫିକା ପଡ଼ିଥିଲା ।

Leave A Reply

Your email address will not be published.