Latest Odisha News

BREAKING NEWS

ତ୍ରିପୁରା ସୁନ୍ଦରୀ ବେଶରେ ମା’ ସୁରେଶ୍ୱରୀ

 

ନବରଙ୍ଗପୁର: ଆଜି ଆଶ୍ୱୀନ ତୃତୀୟା ତିଥି । ସୁବର୍ଣ୍ଣପୁରର ଅଧିଷ୍ଟାତ୍ରୀ ଦେବୀ ମା’ ସୁରେଶ୍ୱରୀ ଆଜି ଷୋଡ଼ଶୀ(ତ୍ରିପୁରା ସୁନ୍ଦରୀ) ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ଗତ କାଲି ତାରା ବେଶରେ ଦର୍ଶନ ଦେଇଥିବା ବେଳେ ଆଜି ତ୍ରିପୁରା ସୁନ୍ଦରୀ ବେଶ ଧାରଣ କରିଛନ୍ତି । ସକାଳୁ ସକାଳୁ ଭକ୍ତ ମାନେ ଆରତୀ ନୈବେଦ୍ୟ ଅର୍ପଣ କରିବା ସହିତ ମାଁ ଙ୍କ ଆର୍ଶିବାଦ ଲାଭ କରିବା ପାଇଁ ଏହି ପବିତ୍ର ପୀଠରେ ଗହଳି ଲଗାଇଛନ୍ତି । ଘଣ୍ଟ ,ବାଦ୍ୟ ଓ ହୁଳହୁଲି ଆଦି ଧ୍ୱନିରେ ସାରା ସହର ଉତ୍ସବ ମୁଖର ହୋଇଉଠିଛି । ବିଶ୍ୱାସ ରହିଛି ଆଜିର ଦିନରେ ମା ଙ୍କ ଠାରେ ଯାହା ମନୋସ୍କାମନା କଲେ ତାହା ମିଳେ ବୋଲି l

Leave A Reply

Your email address will not be published.