Latest Odisha News

BREAKING NEWS

କାଲି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ, ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ସାହାଣମେଲା

ପୁରୀ: ଜରରୁ ସୁସ୍ଥ ହେବା ପରେ ମହାବାହୁ ସୋମବାର ନବଯୌବନ ବେଶରେ ଦର୍ଶନ ଦେବେ । ଏଥର ଉଭାଯାତ୍ରା ନ ଥିବାରୁ ଓ ତା ପରଦିନ ଘୋଷଯାତ୍ରା ଥିବାରୁ ମାତ୍ର ୩ ଘଣ୍ଟା ପାଇଁ ନବଯୌବନ ଦର୍ଶନ ସୌଭାଗ୍ୟ ପାଇବେ ଓ ଶ୍ରଦ୍ଧାଳୁ । ଆସନ୍ତାକାଲି ସକାଳ ୬ଟାରେ ଚଳା ଅପସର ପରେ ୭ଟା ୩୦ ସୁଦ୍ଧା ଅଣସର ତାଟି ଓ ପଟିଦିଅଁ ବିସର୍ଜନ ହେବେ ।

ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ପରିମାଣିକ ଟିକେଟ ଦର୍ଶନର ବ୍ୟବସ୍ଥା ହୋଇଛି । ପରେ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ କରିବେ ଶ୍ରଦ୍ଧାଳୁ । ସେପଟେ ପର ଦିନ ଘୋଷଯାତ୍ରା ରହିଥିବାରୁ ଆଜି ରଥଟଣାର ମକଡ୍ରିଲ କରିଛି ପୋଲିସ । ଭିଡ଼ ଭିତରେ ରଥ କିଭଳି ଟଣାଯିବ, ଇନର ଓ ଆଉଟଡୋର କର୍ଡନ କିଭଳି ରହିବ ସେନେଇ ମକଡ୍ରିଲ ହୋଇଛି ।

ପୁରୀ ସାହିବାସିନ୍ଦା ଓ ସେବାୟତ ମାନଙ୍କ ସହ ଆଲୋଚନା ପରେ ପ୍ରସ୍ତୁତ ହୋଇଛି ଟ୍ରାଫିକ୍ ପ୍ଲାନ । ଟ୍ରାଫିକ୍ ବ୍ୟବସ୍ଥାକୁ ୧୪ଟି ସେକ୍ଟର ଓ ୨୯ଟି ଯୋନରେ ବିଭକ୍ତ କରାଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ବସ୍ ଏବଂ ରେଗୁଲାର ବସ୍ ପାଇଁ ସ୍ୱତନ୍ତ୍ର ରୁଟ୍ ପ୍ଲାନ ହୋଇଛି । ରଥଯାତ୍ରା ସମୟରେ ପୁରୀକୁ ୧୨୫ଟି ସ୍ଵତନ୍ତ୍ର ଟ୍ରେନ୍ ଚାଲିବ ।

ତଟ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ରାଜ୍ୟରେ ହିଟୱେଭ୍ ପ୍ରକୋପ ଜାରି ରହିଥିବା ବେଳେ ରଥଯାତ୍ରା ସମୟରେ ସମସ୍ତ ପୋଲିସଙ୍କ ପାଖରେ ମହଜୁଦ ରହିବ ପାଣି ଓ ଓଆରଏସ୍ ।

Leave A Reply

Your email address will not be published.