Latest Odisha News

BREAKING NEWS

ରଥଯାତ୍ରାରେ ଭକ୍ତ, ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ମୁତୟନ ହେବେ ତିନିଶହ ଲାଇଫ ଗାର୍ଡ

ପୁରୀ: ରଥଯାତ୍ରା ସମୟରେ ପୁରୀ ସମୁଦ୍ରରେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ସମୁଦ୍ର କୂଳରେ ଚକ୍ରତୀର୍ଥରୁ ଷ୍ଟଲିନ ପର୍ଯ୍ୟନ୍ତ ୫ଟି ଲାଇଫ ଗାର୍ଡ ଷ୍ଟେସନ ସହିତ ଫାଷ୍ଟ ଏଡ ସେଣ୍ଟର୍ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ସମୁଦ୍ର କୂଳରେ ୩୦୦ ଲାଇଫଗାର୍ଡ ମୁତୟନ କରାଯିବ । ପୁରୀ ବିଚ୍ ଲାଇଫ ଗାର୍ଡ ମହାସଂଘ ସମ୍ପାଦକ ହ୍ୟାରୀ ରାଓ ଓ ମହାସଂଘ ସଭାପତି ବାଡି ଶିବ ରାଓ ଏଥର ରଥ ଯାତ୍ରା ଯେପରି ଜିରୋ ଡ୍ରାଉନିଂ ହେବ ସେଥି ପାଇଁ ସମସ୍ତେ ତତ୍ପର ରହିବେ ବୋଲି କହି ଛନ୍ତି । ଏହି କ୍ରମରେ ରବିବାର ସକାଳେ ପୁରୀ ନୀଳାଦ୍ରିବିଚ୍ ଠାରେ ପୁରୀ ଲାଇଫ ଗାର୍ଡ ମହାସଂଘର ସହିତ ଜିଲ୍ଲା ପ୍ରଶାସନର ଏକ ମିଳିତ ସଭା ଅନୁଷ୍ଠିତ ହୋଇ ପ୍ରତ୍ୟେକ ଲାଇଫ ଗାର୍ଡ ମାନଙ୍କୁ ସୋତନ୍ତ୍ର ଡ୍ରେସ କୋଡ୍ ପ୍ରଦାନ କରାଯାଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏ ଡି ଏମ ପ୍ରଦୀପ କୁମାର ସାହୁ ରଥ ଯାତ୍ରାରେ ସମସ୍ତେ ବଡ ଦାଣ୍ଡ ରେ ବ୍ୟସ୍ତ ଥିବା ବେଳେ ସମ୍ପୂର୍ଣ ବେଳା ଭୂମି ଦାୟିତ୍ବ ଲାଇଫ ଗାର୍ଡ ମାନଙ୍କ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବରେ ଭବତାରଣ ସାହୁ, ଶରତ ଚନ୍ଦ୍ର ମହାପାତ୍ର, କୈଳାଶ ଚନ୍ଦ୍ର ନାୟକ, ଜୀତେନ୍ଦ୍ର କୁମାର ଜେନା ପ୍ରଭୃତି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ ପରିଚାଳନା କରିଥିବା ବେଳେ ପୁରୀ ବିଚ୍ ଲାଇଫ ଗାର୍ଡ ମହାସଂଘର ମୁଖ୍ୟ ଉପଦେଷ୍ଟା ସିଦ୍ଧାର୍ଥ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.