Latest Odisha News

BREAKING NEWS

ବାଂଲଦେଶରେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ

ଢ଼ାକା: ସୁଚିନ୍ତିତ ଯୋଜନା ଅନୁସାରେ ବାଂଲାଦେଶରେ ହିନ୍ଦୁ ମନ୍ଦିରକୁ ଦୂବୃତମାନେ ଟାର୍ଗେଟ କରୁଛନ୍ତି । ଶୁକ୍ରବାର ଢ଼ାକାର ଇସ୍କନ ରାଧାକାନ୍ତ ମନ୍ଦିର ଉପରେ ହଠାତ ୨୦୦ ଲୋକ ଆକ୍ରମଣ କରିଥିଲେ । ମନ୍ଦିରକୁ ଭଙ୍ଗାରୁଜା କରିବା ସହ ଲୁଟପାଟ କରିଥିଲେ । ଏଥିରେ ୩ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ପ୍ରାରମ୍ଭିକ ତଦନ୍ତରେ ହାଜି ଶଫିଉଲ୍ଲା ଏହି ଆକ୍ରମଣର ନେତୃତ୍ୱ ନେଇଥିବା ଜଣାପଡିଛି ।

ଇସ୍କନ ପ୍ରମୁଖ ଏ ନେଇ ଜାତିସଂଘ କାହିଁକି ଚୁପ ରହିଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି । ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁ ଏବଂ ଅନ୍ୟମାନଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଛି ଏଥିପ୍ରତି ସମସ୍ତଙ୍କ ସ୍ୱର ଉତୋଳନ ଜରୁରୀ ହୋଇପଡିଛି ବୋଲି ସେ କହିଛନ୍ତି । ଭାରତ ସରକାର କୂଟନୀତି ସ୍ତରରେ ବାଂଲାଦେଶ ସହ ଆଲୋଚନା କରୁ ବୋଲି ଶିବସେନା ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.