Latest Odisha News

ହୋଲି ପୂର୍ବରୁ ବିଭିନ୍ନ ରଙ୍ଗ ବିକ୍ରି ଦୋକାନରେ ପୋଲିସର ଚଢାଉ

ଭୁବନେଶ୍ୱର : ହୋଲି ପାଇଁ ଚଳଚଞ୍ଚଳ ରାଜଧାନୀର ରଙ୍ଗ ବଜାର ।ହୋଲି ପୂର୍ବରୁ ଭୁବନେଶ୍ୱରର ବିଭିନ୍ନ ରଙ୍ଗ ଦୋକାନରେ କମିଶନରେଟ୍ ପୋଲିସ ଚଢାଉ କରିଛି । ହର୍ବାଲ ରଙ୍ଗ ଛଡା ଆଉ ସବୁ ରଙ୍ଗକୁ ହୋଲି ଖେଳ ପାଇଁ ବାରଣ କରାଯାଇଛି । ହୋଲି ବଜାରରେ ଦୋକାନୀ ମାନେ ଅପମିଶ୍ରିତ ରଙ୍ଗ ବା କେମିକାଲ ରଙ୍ଗ ବିକ୍ରି କରିବାର ଆଶଂଙ୍କା ରହିଛି ।ଏହି ଅବସରରେ ଆଜି ବିଭିନ୍ନ ଦୋକାନ ଗୁଡିକ ଉପରେ ଚଢାଉ କରାଯାଇଥିଲା ।ଯେଉଁ ସବୁ ଦୋକାନ ଗୁଡିକରେ କେମିକାଲ ରଙ୍ଗ ବିକ୍ରି ହେଉଥିଲା ସେ ସବୁ ଜବତ କରିଛି ପୋଲିସ । ଆଜି କମିଶନରେଟ ପୋଲିସ ପକ୍ଷରୁ ପଟିଆ, ୟୁନିଟ୍ -୧ ମାର୍କେଟ, ଶୈଳଶ୍ରୀ ବିହାର, ଶିରିପୁର , ଚନ୍ଦ୍ରଶେଖର ପୁର ଆଦି ଅଞ୍ଚଳରେ ଚଢାଉ କରାଯାଇଥିଲା ।

Leave A Reply

Your email address will not be published.