Latest Odisha News

BREAKING NEWS

ଧାମନଗର ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ , ଲମ୍ବା ଧାଡିରେ ଭୋଟର ଦେଉଛନ୍ତି ଭୋଟ

ଧାମନଗର:  ଧାମନଗର ଉପନିର୍ବାଚନ ଭୋଟିଂ  ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି । ଭୋଟର ମାନେ ସକାଳୁ ସକାଳୁ ଲମ୍ବା ଲାଇନ ଲଗାଇ ଭୋଟିଂ କରୁଛନ୍ତି ।  ସଂଧ୍ୟା ୬ଟା ଯାଏଁ ହେବ ମତଦାନ ହେବାକୁ ଥିବାବେଳେ ଭୋଟରଙ୍କ ମଧ୍ୟରେ ଉତ୍ସାହ ଥିବା ଦେଖିବାକୁ ମିଳୁଛି । ମୁକ୍ତ ଓ ଅବାଧ ଭୋଟ୍ ଗ୍ରହଣ ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି ।  ସୁରକ୍ଷା ବ୍ୟବସ୍ଥା ସହ ସମ୍ବେଦନଶିଳ  ୧୧୦ଟି ବୁଥ୍ ଉପରେ କଡ଼ା ନଜର ରଖାଯାଇଛି ।

ମୋଟ୍ ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି। ୨ଲକ୍ଷ ୩୮ ହଜାର ୪୧୭ ଭୋଟର ସେମାନଙ୍କ ମତଦାନ ଦେବାକୁ ଥିବାବେଳେ କେତେ ପ୍ରତିଶତ ଭୋଟିଂ ହେଉଛି ତାହା ଭୋଟ ପରେ ଜଣାପଡିବ ।  ମତଦାନ ସମ୍ପର୍କିତ ସୂଚନା ଆଉ ଦୁଇ ଘଂଟା ପରେ  ଜଣାପଡିବ ।  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଳ କୁମାର ଲୋହାନି କହିଛନ୍ତି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଯାହା ଫଳରେ ମତଦାନ ଠିକ୍ ଠାକ ହୋଇପାରିବ । ସୁରକ୍ଷା ପାଇଁ  ୪ଟି ସେଣ୍ଟ୍ରାଲ ଟିମ ସହ ପୋଲିସ  ଅଧିକାରୀ ନିୟୋଜିତ ହୋଇଛନ୍ତି।

ଧାମନଗରେ ମୋଟ ୨୫୨ଟି ବୁଥରେ ମତଦାନ କରାଯାଇଛି ।  ୧୨୬ଟି ବୁଥର ଓ୍ବେବକାଷ୍ଟିଂ ହେଉଛି। ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲାଗି ୨୫ ଜଣ ମାଇକ୍ରୋ ଅବଜରର୍ଭର ରହିଛନ୍ତି।୧୫ଟି ଆଦର୍ଶ ବୁଥ ଓ ୫ଟି ପିଙ୍କ ବୁଥ କରାଯାଇଛି।   ଭୋଟର ପରିଚୟ ପତ୍ର ବ୍ୟତୀତ ୧୨ଟି ଅନ୍ୟ  ପରିଚୟ ପତ୍ର ଦେଖାଇ ମତଦାତା ଭୋଟ ଦେଉଛନ୍ତି ।

Leave A Reply

Your email address will not be published.