Latest Odisha News

BREAKING NEWS

ରେଳ ବଜେଟ୍ ୨୦୨୦: ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡିଶାର ଭିତ୍ତିଭୂମିର ବିକାଶ ପାଇଁ ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୪ହଜାର ୩୭୩ କୋଟି ଟଙ୍କା ଅନୁଦାନ ମିଳିଛି । ତେବେ ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, “ରାଜ୍ୟକୁ ଅନୁଦାନ ମିଳିଥିବା ଏହି ଅର୍ଥ ରେଳ ଭିତ୍ତିଭୂମି ଓ ରେଳ ସଂଯୋଗକୁ ସୁଦୃଢ଼ କରିବା ସହ ଯାତ୍ରୀଙ୍କ ସୁବିଧା ବଢ଼ାଇବାରେ ସହାୟକ ହେବ ।”

ସେ ଆହୁରି ମଧ୍ୟ କହିଛନ୍ତି, “୨୪୧ କିମି ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ନୂଆ ରେଳ ଲାଇନ ପ୍ରକଳ୍ପ ପାଇଁ ୨୯୫୭ କୋଟି ଅନୁଦାନ କେବଳ ଜନଜାତି ଅଂଚଳରେ ରେଳ ସଂଯୋଗ ସ୍ଥାପନ ନକରି ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ସମୃଦ୍ଧ କରିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ପାଇଁ ୫୨୦ କୋଟି ଟଙ୍କା ଅନୁଦାନ ଦେଇ ଓଡିଶା ତଥା ପୂର୍ବ ଭାରତର ବିକାଶକୁ ଅଧିକ ଧ୍ୟାନ ଦେଉଛନ୍ତି । ମିଶନ ପୂର୍ବୋଦୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କଳ୍ପନା କରାଯାଇଥିବାବେଳେ ଦେଶର ବିକାଶ ପୂର୍ବ ଭାରତର ନେତୃତ୍ୱ ଦ୍ୱାରା ସମ୍ଭବ ବୋଲି ଏହା ସୁନିଶ୍ଚିତ କରୁଛି ।”

Leave A Reply

Your email address will not be published.