Latest Odisha News

BREAKING NEWS

କେନ୍ଦ୍ରୀୟ ବଜେଟ୍ ୨୦୨୦-୨୧: ରେଳ ବଜେଟରେ ଓଡିଶାକୁ ୪ହଜାର ୩୭୩ କୋଟି ଟଙ୍କାର ଅନୁଦାନ

ଭୁବନେଶ୍ୱର: କେନ୍ଦ୍ରୀୟ ବଜେଟ୍ ୨୦୨୦-୨୧ରେ ରେଲୱେ ପାଇଁ ଓଡିଶାକୁ ୪୩୭୩ କୋଟିର ଅନୁଦାନ ମିଳିଛି । ତେବେ, ଗତବର୍ଷ ଓଡିଶାକୁ ୪୫୯୩ କୋଟି ଟଙ୍କା ମିଳିଥିଲା । ବଜେଟରେ ପୂର୍ବତଟ ରେଳପଥକୁ ମୋଟ୍ ୫୮୬୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ସର୍ବାଧିକ ୫୨୦କୋଟି ଟଙ୍କାର ଅନୁଦାନ ମିଳିଛି । ବିଭିନ୍ନ ସ୍ଥାନରେ ଓଭରବ୍ରିଜ୍‌/ ଅଣ୍ଡରବ୍ରିଜ୍ ନିର୍ମାଣ ପାଇଁ ୧୧୬୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।

ଗତବର୍ଷ ଓଡିଶାକୁ ରେଳ ପ୍ରକଳ୍ପ ପାଇଁ ମୋଟ୍ ୪୫୯୩ କୋଟି ଟଙ୍କା ମିଳିଥିଲା । କିନ୍ତୁ ଏନଟିପିସି ଝାରସୁଗୁଡା-ବରପାଲି କୋଇଲା କରିଡର ପାଇଁ ୧୪୦୦ କୋଟି ଟଙ୍କା ନିବେଶ କରିଥିବାରୁ ମୋଟ୍ ପ୍ରକଳ୍ପ ରାଶି ୫୯୯୩ କୋଟି ଟଙ୍କା ହୋଇଥିଲା ।

ଓଡିଶାକୁ ରେଳ ପ୍ରକଳ୍ପ ପାଇଁ ହୋଇଥିବା ବ୍ୟୟ ବରାଦ:-

ନୂଆ ଲାଇନ ପାଇଁ:

ଅନୁଗୁଳ-ସୁକିନ୍ଦା ରୋଡ୍‌(୯୮.୭ କିମି)-୪୫୦ କୋଟି ଟଙ୍କା

ହରିଦାସପୁର-ପାରାଦୀପ(୮୨ କିମି )- ୧୦୦ କୋଟି ଟଙ୍କା

ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର(୨୮୯ କିମି)- ୫୨୦ କୋଟି ଟଙ୍କା

ତାଳଚେର-ବିମଳାଗଡ(୧୫୪ କିମି)- ୧୪୦ କୋଟି ଟଙ୍କା

ଜୟପୁର-ମାଲକାନଗିରି(୧୩୦ କିମି)- ୩୩ କୋଟି ଟଙ୍କା

ଜୟପୁର-ନବରଙ୍ଗପୁର(୩୮ କିମି)-୨୦ କୋଟି ଟଙ୍କା

ଖୋର୍ଦ୍ଧା ରୋଡ-ବିଜୟନଗରମ୍ ବାଇପାସ୍‌- ୨୦ କୋଟି ଟଙ୍କା

ନୂଆପଡା-ଗୁଣପୁର ଲାଇନ ଥେରୁଭଲି ପର୍ଯ୍ୟନ୍ତ(୭୯.୪୫)(ଗତବର୍ଷ ମିଳିଥିବା ଅନୁଦାନ)- ୧ ଲକ୍ଷ ଟଙ୍କା

ଗୋପାଳପୁରରୁ ସମ୍ବଲପୁର ଭାୟା ଫୁଲବାଣୀ(ଚଳିତ ବର୍ଷ)- ୧ଲକ୍ଷ ଟଙ୍କା

ତାଳଚେର -ଅନୁଗୁଳ( ତାଳଚେର ଠାରେ ୱାଇ କନେକ୍ସନ ୧୪.୫କିମି)-୧ ଲକ୍ଷ ଟଙ୍କା

ଲାଇନର ଦୋହରୀକରଣ ପାଇଁ:

ସମ୍ବଲପୁର-ତାଳଚେର(୧୭୪.୧୧ କିମି)- ୨୯୨ କୋଟି ଟଙ୍କା

ସମ୍ବଲପୁର-ଟିଟିଲାଗଡ(୧୮୨.୧୧ କିମି)- ୩୮୨ କୋଟି ଟଙ୍କା

ଟିଟିଲାଗଡ-ବିଜୟନଗରମ ତୃତୀୟ ଲାଇନ(୨୬୪.୬ କିମି)-୩୮୦କୋଟି ଟଙ୍କା

ବାଂଶପାଣି- ଦୈତାରୀ-ଟମକା-ଯଖପୁରା(୧୮୦ କିମି)- ୮୦କୋଟି ଟଙ୍କା

ବୃନ୍ଦାମାଳ-ଝାରସୁଗୁଡା-ଫ୍ଲାଏଓଭର ସଂଯୋଗ ପାଇଁ(୬.୬ କିମି)- ୧୦ କୋଟି ଟଙ୍କା

ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ(୮୦ କିମି)- ୧୦୨ କୋଟି ଟଙ୍କା

ଜରପଡା-ବୁଢ଼ାପଙ୍କ ତୃତୀୟ ଓ ଚତୁର୍ଥ ଲାଇନ ପାଇଁ- ୧୧୧ କୋଟି ଟଙ୍କା

ବୁଢ଼ାପଙ୍କ-ସାଲେଗାଓଁ ତୃତୀୟ ଓ ଚତୁର୍ଥ ଲାଇନ ପାଇଁ- ୨୦୫କୋଟି ଟଙ୍କା

କୋରାପୁଟ-ସିଙ୍ଗାପୁର ରୋଡ ଲାଇନ- ୨୧୦ କୋଟି ଟଙ୍କା

ଜଗଦଲପୁର-କୋରାପୁଟ(୧୧୦ କିମି)- ୧୩୦କୋଟି ଟଙ୍କା

କୋତ୍ତଭାଲସା-କୋରାପୁଟ(୧୮୯ କିମି)- ୧୯୬କୋଟି ଟଙ୍କା

ରାୟପୁର-ଟିଟିଲାଗଡ(୨୦୩ କିମି)- ୧୪୬କୋଟି ଟଙ୍କା

ଖୋର୍ଦ୍ଧା ରୋଡ୍‌-ବାରଙ୍ଗ ତୃତୀୟ ଲାଇନ- ୩୫ କୋଟି ଟଙ୍କା

ଝାରସୁଗୁଡା-ବିଲାସପୁର ଚତୁର୍ଥ ଲାଇନ(୨୦୬ କିମି)- ୨୮୦କୋଟି ଟଙ୍କା

ବଘୁଆପାଳ ଫ୍ଲାଏଓଭର- ୧୦କୋଟି ଟଙ୍କା

ମନୋହରପୁର-ବନ୍ଧମୁଣ୍ଡା ତୃତୀୟ ଲାଇନ- ୩୫କୋଟି ଟଙ୍କା

ରାଉରକେଲା- ଝାରସୁଗୁଡା ତୃତୀୟ ଲାଇନ-୧୭୦ କୋଟି ଟଙ୍କା

ବନ୍ଧମୁଣ୍ଡା-ରାଂଚି ଦୋହରୀକରଣ- ୨୦ କୋଟି ଟଙ୍କା

ନାରାୟଣଗଡ-ଭଦ୍ରକ ତୃତୀୟ ଲାଇନ- ୫୦କୋଟି ଟଙ୍କା

ବନ୍ଧମୁଣ୍ଡା-ରାଉରକେଲା ଚତୁର୍ଥ ଲାଇନ- ୨୩ କୋଟି ଟଙ୍କା

ଚମ୍ପା-ଝାରସୁଗୁଡା ତୃତୀୟ ଲାଇନ ୨୦ କୋଟି ଟଙ୍କା

Leave A Reply

Your email address will not be published.