Latest Odisha News

BREAKING NEWS

ଆଇପିଏଲ ଆୟୋଜନ ସମ୍ଭାବନା କ୍ଷୀଣ

ମୁମ୍ବାଇ: କରୋନା ଭାଇରସ ପ୍ରଭାବ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୦ ସଂସ୍କରଣ ଆୟୋଜନ ଆଶା କ୍ଷୀଣ ହୋଇଯାଇଛି । ପୂର୍ବରୁ ଏହା ୨୯ ମାର୍ଚ୍ଚକୁ ୧୫ ଏପ୍ରିଲକୁ ଘୁଂଚାଇ ଦିଆଯାଇଛି । ବିସିସିଆଇର ପ୍ରମୁଖ ଅଧିକାରୀଙ୍କ ମତରେ ମେ ସୁଦ୍ଧା ଏଥିନେଇ ନିଷ୍ପତି ନ ହୋଇପାରିଲେ ଆଇପିଏଲର ଏହି ସଂସ୍କରଣକୁ ବାତିଲ କରି ଦିଆଯାଇପାରେ ।

ଯଦି ଏହା ହୁଏ ତାହାହେଲେ ବିସିସିଆଇକୁ ୨ ହଜାର କୋଟି ଟଙ୍କାର କ୍ଷତି ହୋଇପାରେ । ପ୍ରତ୍ୟେକ ଫ୍ରାଂଚାଇଜର ୧୦୦ କୋଟି ଲେଖାଏଁ କ୍ଷତି ହେବ । ମଙ୍ଗଳବାର ହେବାକୁ ଥିବା ଆଇପିଏଲ ବୈଠକକୁ ଆସନ୍ତା ସପ୍ତାହକୁ ଘୁଂଚାଇ ଦିଆଯାଇଛି ।

Leave A Reply

Your email address will not be published.