Latest Odisha News

BREAKING NEWS

‘ସତ୍ୟମେବ ଜୟତେ’ ନେଇ ଜାତୀୟ ରାଜନୀତି ସରଗରମ ! କର୍ଣ୍ଣାଟକର କୋଲାରରୁ ଋଣହୁଙ୍କାର ଦେବେ ରାହୁଲ

ନୂଆଦିଲ୍ଲୀ : ଯେଉଁଠି ମୋଦି ସାଙ୍ଗିଆକୁ ନେଇ ବୟାନ ଦେଇଥିଲେ, ସେହିଠାରୁ ଆନ୍ଦୋଳନ ଆରମ୍ଭ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଆଉ ବଜାଇବେ ‘ସତ୍ୟମେବ ଜୟତେ’ ମୁହିମର ବିଗୁଲ୍ । କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବ କୁମାରଙ୍କ ସୂଚନା ଅନୁସାରେ ରାହୁଲ ଏପ୍ରିଲ ୫ ତାରିଖ କର୍ଣ୍ଣାଟକ କୋଲାରରୁ ଦେଶବ୍ୟାପୀ ଆନ୍ଦୋଳନ ପାଇଁ ଆହ୍ବାନ ଦେବା ସହ ଏହାର ଶୁଭାରମ୍ଭ କରିବେ । ଆଉ ଏହି ଆନ୍ଦୋଳନର ନାଁ ରଖା ଯାଇଛି, ସତ୍ୟମେବ ଜୟତେ ।

ବଡ଼ କଥା ହେଲା, ଯେଉଁଠି ରାହୁଲ ମୋଦି ସରନେମ୍ ବୟାନ ଦେଇ ଦୋଷୀ ସାବ୍ୟସ୍ତ ହେଲେ ଓ ତାଙ୍କ ସାଂସଦ ପଦ ରଦ୍ଦ ହେଲା, ସେହି ସ୍ଥାନରୁ ହିଁ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଛନ୍ତି ରାହୁଲ । ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଅନ୍ୟ ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବ କୁମାରଙ୍କ କହିଛନ୍ତି ରାହୁଲଙ୍କ ଆହ୍ବାନରେ ଆରମ୍ଭ ହେବାକୁ ଥିବା ‘ସତ୍ୟମେବ ଜୟତେ’ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାହୁଲ ଗାନ୍ଧି ସତ୍ୟମେବ ଜୟତେ ଆନ୍ଦୋଳନର ଶୁଭାରମ୍ଭ କରିବା ପରେ ଏହାକୁ ସାରା ଦେଶରେ କଂଗ୍ରେସ ପକ୍ଷରୁ ବ୍ୟାପକ କରାଯିବ ବୋଲି ଜଣାପଡ଼ିଛି ।

ସେପଟେ ରାହୁଲଙ୍କୁ ସରକାରୀ ଆବାସ ଛାଡିବା ପ୍ରସଙ୍ଗରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଜବାବରେ ଆରମ୍ଭ ହୋଇଛି ‘ମେରା ଘର, ରାହୁଲ କା ଘର’ । କୁହାଯାଉଛି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଉପସ୍ଥିତରେ ରାହୁଲ କର୍ଣ୍ଣାଟକର କୋଲାର ମାଟିରୁ ଦେଶର ରାଜନୀତିରେ ଏକ ପରିବର୍ତ୍ତନର ସଂଦେଶ  ଦେବାକୁ ଯାଉଛନ୍ତି । ରାହୁଲଙ୍କ ‘ସତ୍ୟମେବ ଜୟତେ’ ମୁହିମକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା ଜାରି ରହିଥିବାବେଳେ,  ଜାତୀୟ ରାଜନୀତି ମଧ୍ୟ ବେଶ ସରଗରମ ରହିଛି ।

Leave A Reply

Your email address will not be published.