Latest Odisha News

BREAKING NEWS

କରୋନା ଆତଙ୍କ: ମାର୍ଚ୍ଚ ୩୧ ଯାଏଁ ବନ୍ଦ ହେଲା ଧଉଳି

ଭୁବନେଶ୍ୱର: କରୋନା ଆଁ ରେ ସମଗ୍ର ବିଶ୍ୱ । ବହୁ ସଂଖ୍ୟାର ଲୋକ ଏଥିରେ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଆକ୍ରାନ୍ତ ମଧ୍ୟ ହୋଇଛନ୍ତି।

କରୋନା ସଙ୍କ୍ରମିତରୁ ଜନସାଧାରଣଙ୍କୁ ରକ୍ଷା କରିବା ନିମନ୍ତେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ସମେତ ଅନେକ ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ବନ୍ଦ ରଖାଯାଇଛି ।ପ୍ରତିବନ୍ଧକ ଲାଗିଥିବା ପର୍ଯ୍ୟଟନ ସ୍ଥାନ ମାନଙ୍କ ମଧ୍ୟରେ ଯୋଡି ହୋଇଛି ଭୁବନେଶ୍ୱର ସ୍ଥିତ ଧଉଳି ଶାନ୍ତି ସ୍ତୁପ ।

ଆସନ୍ତା ମାର୍ଚ୍ଚ ୩୧ ଯାଏ ଧଉଳି ମଧ୍ୟକୁ ପର୍ଯ୍ୟଟକଙ୍କୁ ଯିବା ପାଇଁ ବନ୍ଦ କରାଯାଇଛି। ଏନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଜାରି କରିଛନ୍ତି ।
ଆହୁରି ମଧ୍ୟ ଆଜିଠାରୁ ଆସନ୍ତା ୩୧ ପର୍ଯ୍ୟନ୍ତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନୀକାଲ ଗାର୍ଡ଼େନ ବନ୍ଦ ରହିବ ବୋଲି ଗତ କାଲି ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ ଘୋଷଣା କରିଥିଲେ।

Leave A Reply

Your email address will not be published.