Latest Odisha News

BREAKING NEWS

କରୋନା ମୁକାବିଲା: ସାର୍କ ଦେଶ ସହିତ ଚର୍ଚ୍ଚା କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ବିଶ୍ୱରେ କରୋନା ଭାଇରସର ପ୍ରକୋପକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟା ୫ଟାରେ ଭିଡିଓ କଂଫ୍ରେନ୍ସିଂ ଜରିଆରେ ଦକ୍ଷିଣ ଏସିଆ ଦେଶର ସଙ୍ଗଠନ(ସାର୍କ) ସହିତ ଚର୍ଚ୍ଚା କରିବେ ।

ଏହି ଚର୍ଚ୍ଚାରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଗନି, ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ, ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବୟା ରାଜପକ୍ଷେ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଂ ଓ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ସାମିଲ ହେବେ । ଏହି ଚର୍ଚ୍ଚାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ସାମିଲ ହେବେନି । ତାଙ୍କ ବଦଳରେ ତାଙ୍କ ସ୍ପେଶାଲ ସହାୟକ ଡା. ଜଫର ମିର୍ଜା ସାମିଲ ହେବେ ।

କରୋନା ଭାଇରସ ସହ ମୁକାବିଲା ନେଇ ରଣନୀତି ପ୍ରସ୍ତୁତ କରିବା ପାଇଁ ସାର୍କ ଦେଶକୁ ଆହ୍ୱାନ କରିଥିଲେ ମୋଦି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ପଦକ୍ଷେପକୁ ସାର୍କ ଦେଶ ସହମତି ଜଣାଇବା ସହିତ ପ୍ରଂଶସା ମଧ୍ୟ କରିଥିଲେ ।

Leave A Reply

Your email address will not be published.