Latest Odisha News

BREAKING NEWS

୧୧ ଦିନର ଯାତ୍ରା ସାରି ଆଜି ଧରାପୃଷ୍ଠରୁ ବିଦାୟ ନେବେ ମାଆ ଗଜଲକ୍ଷ୍ମୀ

ଢେଙ୍କାନାଳ : ୧୧ ଦିନ ହେବ ଚାଲିଥିଲା ମାଆଙ୍କର ଯାତ୍ରା  । ଆଜି ଧରାପୃଷ୍ଠରୁ ବିଦାୟ ନେବେ ମାଆ ଗଜଲକ୍ଷ୍ମୀ  । ଆଜି ଢେଙ୍କାନାଳରେ ମାଆଙ୍କା ଭସାଣୀ ଉତ୍ସବ  । ୩୮ଟି ପୂଜା ମଣ୍ଡପରେ ପୂଜା ପାଉଥିଲେ ମାଆ । ଚାନ୍ଦି ମେଢ ସାଙ୍ଗକୁ ସୁନା ମକୁଟରେ ଝଲସୁଥିଲେ ମାଆ । ସନ୍ଧ୍ୟା ହେଲେ ଚିକମିକ୍ ଆଲୋକମାଳା ଏବଂ ସୁଉଚ୍ଚ ତୋରଣରେ ଝଲସି ଉଠୁଥିଲା ପୁରା ସହର  । ସନ୍ଧ୍ୟା ହେଲେ ପୂଜା ବୁଳିବାକୁ କେବଳ ଢେଙ୍କାନାଳ ନୁହେଁ , ଓଡିଶାର ପ୍ରାୟ ସବୁ ଜିଲ୍ଲାର ଲୋକଙ୍କର ସୁଅ ଛୁଟୁଥିଲା  ।

କେବଳ ପୂଜା ବୁଲିବା ନୁହେଁ , ଲୋକଙ୍କ ମନୋରଞ୍ଜନ ପାଇଁ ମୀନା ବଜାର ଓ ମେଲୋଡିର ଆୟୋଜନ ମଧ୍ୟ କରାଯାଇଥିଲା । ତା ସାଙ୍ଗକୁ ଚଟପଟି ଖାଦ୍ୟର ବି ମଜା ଉଠାଉଥିଲେ ଲୋକେ । ଆଜି ୧୧ ଦିନର ଯାତ୍ରା ସାରି ମେଲାଣି ନେବେ ମାଆ  । ସକାଳ ୮ଟାରେ ମାଆ ବାହାରି ସାହି ପରିକ୍ରମା କରିବେ  । ତା ପରେ ଆରମ୍ଭ ହେବ ଭସାଣ ଉତ୍ସବ  ।  ୩୮ଟି ଯାକ ପୂଜା କମିଟି ଏଥିରେ ସାମିଲ ହେବେ। ବିସର୍ଜନ ପାଇଁ ମୋଟ୍ ୫ଟି ଜଳାଶୟରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି  । ରାତି ୧୧ଟା ସୁଦ୍ଧା ଭସାଣ କାର୍ଯ୍ୟକ୍ରମ ସାରିବାକୁ ସବୁ ପୂଜା କମିଟି ଗୁଡିକୁ ନିର୍ଦ୍ଦେଶ ରହିଛି । ସୁରକ୍ଷା ଦୃଷ୍ଟିରୁ ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୂତୟନ ହୋଇଛନ୍ତି ।

Leave A Reply

Your email address will not be published.