Latest Odisha News

BREAKING NEWS

ରଣନୀତି ଅନୁସାରେ ଧୋନୀ ଖେଳୁଛନ୍ତି ନାଁ ଅଛନ୍ତି ଅନଫିଟ

ଚେନ୍ନାଇ: ଭାରତୀୟ କ୍ରିକେଟର ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଚଳିତ ଆଇପିଏଲରେ ଲୋୟର ଅର୍ଡରରେ ବ୍ୟାଟିଂ କରୁଛନ୍ତି । ଏହା ଚେନ୍ନାଇ ସୁପର କିଙ୍ଗସର ରଣନୀତି ନାଁ ଧୋନୀ ସମ୍ପୂର୍ଣ୍ଣ ଫିଟ ନ ଥିବା ଯୋଗୁ ଏ ଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି । ଖରାପ ସ୍ଥିତିରେ ଦଳ ରହିଥିଲେ ମଧ୍ୟ ଧୋନୀ ୮ମ, ୯ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିବା ଅନେକଙ୍କୁ ହଜମ ହେଉ ନାହିଁ । ଏବେ ତାଙ୍କର ଏହି ପଦକ୍ଷେପକୁ ନେଇ ପୂର୍ବତନ କ୍ରିକେଟରମାନେ ସମାଲୋଚନା କରିଛନ୍ତି ।

ସେ ନିମ୍ନ ଭାଗରେ ଆସି ବିସ୍ଫୋରକ ବ୍ୟାଟିଂ କରୁଛନ୍ତି ସତ, ମାତ୍ର ସେମାନଙ୍କ କହିବା ଅନୁସାରେ ଟି୨୦ରେ ଧୋନୀଙ୍କ ପରି ଖେଳାଳି ଅତି କମରେ ୪ ରୁ ୫ ଓଭର ଖେଳିବା ଉଚିତ । ପଞ୍ଜାବ କିଙ୍ଗସ ବିପକ୍ଷରେ ସେ ୯ମ ସ୍ଥାନରେ ବ୍ୟାଟିଂ କରିଥିଲେ । ଇରଫାନ ପଠାନ କହିଛନ୍ତି ସେ ୧୯ତମ କିମ୍ବା ୨୦ତମ ଓଭରରେ ଖେଳିବାକୁ ଆସିଛନ୍ତି । ଏହା ଚେନ୍ନାଇକୁ ଫାଇଦାରେ ରଖୁଛି ତାହା ମୁଁ ଅନୂଭବ କରୁନି । ଧୋନୀ ନିଶ୍ଚିତ ଭାବେ ଅଧିକାଂଶ ନିଷ୍ପତି ନିଜେ ନେଉଥିବେ । ତାଙ୍କୁ କେହି ନିମ୍ନ ଭାଗରେ ବ୍ୟାଟିଂ କରିବାକୁ କହୁ ନ ଥିବେ ବୋଲି ମୋର ଆଶା ।

ହରଭଜନ ସିଂଙ୍କ ମଧ୍ୟ ଧୋନୀଙ୍କ ଏହି ପଦକ୍ଷେପକୁ ପସନ୍ଦ କରି ନାହାନ୍ତି । ଯଦି ଧୋନୀ ୯ ନମ୍ବର ସ୍ଥାନରେ ବ୍ୟାଟିଂ କରୁଛନ୍ତି ତେବେ ଚୂଡାନ୍ତ ଏକାଦଶରେ କାହିଁକି ରହିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ୪୨ ବର୍ଷ ବୟସରେ ସେ ଯଦି ଫିଟ ଅଛନ୍ତି ଏବଂ ଟିମ ପାଇଁ କିଛି କରିବାକୁ ଚାହୁଁଛନ୍ତି ତାହାହେଲ କିଛି ଓଭର ତାଙ୍କୁ ଖେଳିବାକୁ ପଡିବ । ଶାର୍ଦ୍ଦୂଳ ଠାକୁର, ମିଚେଲ ସାଂଟେନର ପଛକୁ ସେ ବ୍ୟାଟିଂ କରିବାକୁ ଆସିବେ ତାହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟର ବିଷୟ । ଚେନ୍ନାଇ ଏବେ ବାକିତକ ମ୍ୟାଚରେ ଭଲ ପ୍ରଦର୍ଶନ କଲେ ପ୍ଲେ ଅଫରେ ପ୍ରବେଶ କରିପାରିବ ।

Leave A Reply

Your email address will not be published.