Latest Odisha News

ଭାରତୀୟ ସେନାରେ ପ୍ରଥମ ଥର ପାଇଁ ନୂତନ ବ୍ରାଂଚରେ ମହିଳା ଅଫିସର ହେବେ ବ୍ରିଗେଡିୟର

ନୂଆଦିଲ୍ଲୀ: ଇଣ୍ଡିଆନ ଆର୍ମିରେ ପ୍ରଥମ ଥର ପାଇଁ ମହିଳା ଅଧିକାରୀ ନୂତନ ବ୍ରାଂଚର ବ୍ରିଗେଡିୟର ହେବେ । ରିପୋର୍ଟ ମୁତାବକ ଆସନ୍ତା ବର୍ଷ ଅଗଷ୍ଟ-ସେପ୍ଟମ୍ବରରେ ବ୍ରିଗେଡିୟର ନିମନ୍ତେ ପ୍ରମୋଶନ ବୋର୍ଡ ବସିବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୨୦୨୦ରେ ଆର୍ମି ମହିଳାଙ୍କୁ ସମସ୍ତ ବ୍ରାଂଚରେ ପରମାନେଂଟ କମିଶନ ଦେଇଛି ଯେଉଁଥିରେ ସେମାନେ ଶର୍ଟ ସର୍ଭିସ କମିଶନ ମାଧ୍ୟମରେ ଆସିଥିଲେ । ଗତ ବର୍ଷ ଫେବୃୟାରୀରେ ପରମାନେଂଟ କମିଶନ ହୋଇଥିବା ମହିଳା ଅଧିକାରୀଙ୍କୁ କର୍ଣ୍ଣଲ ର‌୍ୟାଙ୍କରେ ପୋଷ୍ଟିଂ ପ୍ରଦାନ କରାଯିବା ଆରମ୍ଭ କରାଯାଇଛି । ୨ ବର୍ଷ ପରେ ସେମାନଙ୍କୁ ବ୍ରିଗେଡିୟର ପାଇଁ କଂସିଡର କରାଯିବ ।

BjdElectrycity

୧୯୯୨ରୁ ୨୦୦୯ ବ୍ୟାଚର ୫୦୮ ମହିଳା ଅଧିକାରୀଙ୍କୁ ପରମାନେଂଟ କମିଶନ ପ୍ରଦାନ କରାଯାଇଛି । ଏହା ମଧ୍ୟରୁ ୧୨୮ଜଣଙ୍କୁ କର୍ଣ୍ଣଲ ର‌୍ୟାଙ୍କ ପାଇଁ ପ୍ରମୋଶନ ଦିଆଯାଇଛି । ପୂର୍ବରୁ ଆର୍ମିରେ କେବଳ ମେଡିକାଲ କୋର, ଲିଗାଲ ଓ ଏଜୁକେଶନ କୋରରେ ମହିଳା ଅଧିକାରୀଙ୍କୁ ପ୍ରମୋଶନ ଦିଆ ଯାଉଥିଲା ।

Leave A Reply

Your email address will not be published.