Latest Odisha News

ପ୍ରତିଶ୍ରୁତି ଦେଇ ଟିକେଟ ଦେଲାନି ବିଜେଡି, ସ୍ୱାଧିନ ଭାବରେ ପ୍ରାର୍ଥୀ ପତ୍ର ଦାଖଲ କଲେ ଦମ୍ପତି

ପୁରୀ: ପ୍ରତିଶ୍ରୁତି ଦେଇ ଟିକେଟ ଦେଲାନି ବିଜେଡି। ପ୍ରତିବାଦ ସ୍ବରୂପ ୪ ବିଧାନସଭା ଓ ୪ ଲୋକସଭା ଆସନ ପାଇଁ ସ୍ବାଧିନ ଭାବରେ ପ୍ରାର୍ଥୀ ପତ୍ର ଦାଖଲ କଲେ ଦମ୍ପତି। ଆଜି ପୁରୀ ଲୋକସଭା ଆସନ ପାଇଁ ରିଟର୍ଣ୍ଣିଂ ଅଫିସର ଜିଲ୍ଲାପାଳଙ୍କ ନିକଟରେ ସ୍ବାଧିନ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଶୋଭା ପାଣ୍ଡେ ।

BjdElectrycity

ଶୋଭା ପାଣ୍ଡେ ବିଜେଡ଼ିର ଉପ ସଭାପତି ରହିଛନ୍ତି ବୋଲି କହିଛନ୍ତି । କିନ୍ତୁ ଗତ କର୍ପୋରେଟର ନିର୍ବାଚନ ସମୟରେ ସେ ବିଜେପି ତରଫରୁ ଟିକେଟ ପାଇଥିଲେ । କିନ୍ତୁ ତାଙ୍କୁ କଟକ ବାରବାଟି ଆସନର ଲୋଭ ଦେଖାଯାଇ ନିର୍ବାଚନରୁ ଓହରିବାକୁ କୁହାଯାଇଥିଲା । ପରେ ପ୍ରତିଶ୍ରୁତି ନରଖିବାରୁ ଶୋଭା ଓ ତାଙ୍କ ସ୍ଵାମୀ ପ୍ରତିବାଦ ସ୍ବରୂପ ସ୍ବାଧିନ ଭାବରେ ୪ ଲୋକସଭା ଓ ୪ ଟି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଶୋଭା ପାଣ୍ଡେ କଟକ ଓ ପୁରୀ ଲୋକସଭା ଆସନ ସମେତ ଚୌଦ୍ଵାର ଓ ବାରବାଟି ଆସନ ପାଇଁ ବିଧାୟକ ପ୍ରାର୍ଥୀନୀ ଭାବରେ ନାମାଙ୍କନ ଭରିଥିବା କଥା କହିଥିବା ବେଳେ ତାଙ୍କ ସ୍ଵାମୀ ଶ୍ରୀରାମ ପାଣ୍ଡେ ସମ୍ବଲପୁର ଓ କେନ୍ଦ୍ରାପଡ଼ା ଲୋକସଭା ଆସନ ସମେତ ମାହାଙ୍ଗା ଓ ଆଳୀ ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି ବୋଲି ସେ କହିଛନ୍ତି। ନିଜ ପାଖରେ ଥିବା ଲୋକ ବଳ ଓ ସାଙ୍ଗ ସାମର୍ଥ୍ୟକୁ ବିଜେଡିକୁ ଦେଖେଇବା ପାଇଁ ଏହି ନାମାଙ୍କନ ଦାଖଲ କରୁଛନ୍ତି ବୋଲି କହିଛନ୍ତି ଶୋଭା ।

Leave A Reply

Your email address will not be published.