Latest Odisha News

BREAKING NEWS

ବାଜପେୟୀଙ୍କ ରେକର୍ଡ ଭାଙ୍ଗିଲେ ମୋଦି, ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ଅଧିକ ଦିନ ଦାୟିତ୍ୱରେ ରହିଲେ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁୁରୁବାର ଆଉ ଏକ ସଫଳତା ନିଜ ନାମରେ ଯୋଡିଛନ୍ତି । ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ବିଜେପିର ମୋଦି ଅଧିକ ଦିନ ଦେଶରେ ଶାସନ ଭାର ସମ୍ଭାଳି ଅଟଳ ବିହାରୀ ବାଜପେୟୀଙ୍କ ରେକର୍ଡ ଭାଙ୍ଗିଛନ୍ତି । ବାଜପେୟୀ ୨୨୬୮ ଦିନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ବେଳେ ଗୁରୁବାର ଏହାକୁ ଅତିକ୍ରମ କରିଛନ୍ତି ମୋଦି ।

କଂଗ୍ରେସର ଜବାହାର ଲାଲ ନେହେରୁ ସର୍ବାଧିକ ୧୬ ବର୍ଷ ୨୮୬ ଦିନ ଏହି ଦାୟିତ୍ୱ ତୁଲାଇଛନ୍ତି । ତାଙ୍କ ପଛକୁ ଇନ୍ଦିରା ଗାନ୍ଧୀ ୧୫ ବର୍ଷ ୩୫୦ ଦିନ ଦେଶର ପ୍ରଧାନମନ୍ତ୍ରୀ ରହିଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ସବୁଠାରୁ କମ୍ ଦିନ ରହିଛନ୍ତି ଗୁଲଜାରୀ ଲାଲ ନନ୍ଦ । ସେ ମାତ୍ର ୧୩ ଦିନ ଦେଶର ପ୍ରଧାନ ମନ୍ତ୍ରୀ ରହିଥିଲେ । ମୋଦି ୨୬ ମେ, ୨୦୧୪ ପରଠାରୁ କ୍ରମାଗତ ଏହି ଦାୟିତ୍ୱ ତୁଲାଉଥିବା ବେଳେ ବାଜପେୟୀ ୩ଥର ପ୍ରଧାନମନ୍ତ୍ରୀ ରହିଥିଲେ ।

Leave A Reply

Your email address will not be published.