Latest Odisha News

BREAKING NEWS

ଧୋନୀ କାଶ୍ମୀରରେ ଭାରତୀୟ ସେନା ସହିତ ଦେଶଲାଗି ସେବା କରିବେ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ତଥା ଲେଫ୍ଟନାଣ୍ଟ କର୍ଣ୍ଟେଲ (ସମ୍ମାନିତ) ମହେନ୍ଦ୍ର ସିଂହ ଧୋନୀ ଭାରତୀୟ ସେନା ସହିତ ସାମିଲ ହୋଇ କାଶ୍ମୀର ଉପତ୍ୟକାରେ ଦେଶମାତୃକା ଲାଗି ସେବା କରିବେ ।

ଧୋନୀ ଏବେ ୧୦୬ ପାରାଚ୍ୟୁଟ୍ ବାଟାଲିୟନ ସହ ସାମିଲ୍ ହୋଇ ଜୁଲାଇ ୩୧ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ପାଟ୍ରୋଲିଂ, ସୁରକ୍ଷା ତଥା ଅନ୍ୟ କର୍ତ୍ତବ୍ୟ ଗୁଡ଼ିକ କରିବେ ।

ଟେରିଟୋରିଆଲ୍ ଆର୍ମିର ପାରାଚ୍ୟୁଟ୍ ରେଜିମେଣ୍ଟରେ ୨୦୧୧ ମସିହାରେ ଧୋନୀଙ୍କୁ ଲେଫଟନାଣ୍ଟ କର୍ଣ୍ଣେଲ ଭାବେ ସମ୍ମାନିତ କରାଯାଇଥିଲା । ସେ ଜଣେ ଦକ୍ଷ ପାରାଟ୍ରୁପର୍ ଭାବେ ପୂର୍ବରୁ ଯୋଗ୍ୟତା ଅର୍ଜନ ମଧ୍ୟ କରିଛନ୍ତି । ଏପରିକି ଏହି ପୂର୍ବତନ ଭାରତୀୟ କ୍ରିକେଟ୍ ଅଧିନାୟକ ଆଗ୍ରାଠାରେ ଭାରତୀୟ ସେନାବାହିନୀର ଏୟାରକ୍ରାଫ୍ଟରୁ ୫ଥର ପାରାଚ୍ୟୁଟ୍ ଡ଼ିଆଁ ତାଲିମ୍ ନେଇସାରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଧୋନୀ ଦୁଇମାସ ଲାଗି କ୍ରିକେଟରୁ ସାମୟିକ ଭାବେ ଅବ୍ୟାହତି ନେଇଛନ୍ତି, ଯାହାଦ୍ୱାରା ସେ ଏବେ ଭାରତର ୱେଷ୍ଟଇଣ୍ଡିଜ୍ ଗସ୍ତରେ ସାମିଲ ହୋଇନାହାନ୍ତି ।

Leave A Reply

Your email address will not be published.