Latest Odisha News

BREAKING NEWS

ଯାଜପୁରରେ ସୁଧୁରୁଛି ଡାଇରିଆ ସ୍ଥିତି, ଆଉ ୩ ନୂଆ ଆକ୍ରାନ୍ତ ଚିହ୍ନଟ

ଯାଜପୁର: ରାଜ୍ୟରେ ଡାଇରିଆ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ଓ ନୂତନ ସଂକ୍ରମିତଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ହ୍ରାସ ପାଉଛି । ଯାଜପୁର ଜିଲ୍ଲାରେ ମଧ୍ୟ ଧୀରେ ଧୀରେ ସୁଧୁରୁଛି ଡାଇରିଆ ସ୍ଥିତି । ଯାଜପୁର ରୋଡ ମେଡିକାଲରେ ଆଜି ଆଉ ୩ ନୂଆ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି ।

ଅନ୍ୟପଟେ, ରାଜ୍ୟର ଛଅଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଡାଇରିଆ ପରିସ୍ଥିତି ଓ ଏହାର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଭିନ୍ନ ବିଭାଗର ସମନ୍ଵିତ ପ୍ରୟାସ ଯୋଗୁଁ ଡାଇରିଆ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଛି ଓ ସଂକ୍ରମଣ ଦ୍ରୁତ ହ୍ରାସ ପାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ତେବେ ପରିସ୍ଥିତି ଯେପରି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ରହିବ, ସେଥିପାଇଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଠୁ ମେଡ଼ିକାଲ କଲେଜ ଯାଏଁ ଚିକିତ୍ସା ସେବାକୁ ବର୍ତ୍ତମାନ ପରି ସମନ୍ଵିତ ଭାବରେ କାର୍ଯ୍ୟକ୍ଷମ ରଖିବାପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ସଚିବ ଏବଂ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏପର୍ଯ୍ୟନ୍ତ ପ୍ରଭାବିତ ହୋଇନଥିବା ଅଞ୍ଚଳଗୁଡ଼ିକରେ ପ୍ରତିରୋଧୀ ପଦକ୍ଷେପଗୁଡ଼ିକୁ ତୀବ୍ରତର କରାଯିବାକୁ କୁହାଯାଇଛି । ଦଶହରା ଯାଏଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେଇଛନ୍ତି ।

Comments are closed.