Latest Odisha News

BREAKING NEWS

କଟକ ବିଷ୍ଣୁପୁରରେ ଝାଡ଼ାବାନ୍ତି ଆତଙ୍କ, ୧୫ ଜଣ ମେଡିକାଲରେ ଭର୍ତ୍ତି

କଟକ: ରାଜ୍ୟରେ ଥମୁନି ଝାଡ଼ାବାନ୍ତି ଆତଙ୍କ । ପ୍ରଥମେ ରାଉରକେଲା ପରେ ବଲାଙ୍ଗୀର ର କଣ୍ଟାବାଞ୍ଜିରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଥିବାବେଳେ, ଏବେ କଟକ ଜିଲ୍ଲା ତିଗିରିଆ ଥାନା ଅଧୀନ ବିଷ୍ଣୁପୁର ଗାଁରେ ୧୫ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ କିଛି ଆଠଗଡ଼ ଓ ତିଗିରିଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ମୁତାବକ, ଅଧିକାଂଶ ଆକ୍ରାନ୍ତ ଗୋଟିଏ ପରିବାରର ହୋଇଥିବା ବେଳେ, ଅନ୍ୟ ସେହି ଆଖାପାଖ ପଡୋଶୀ ବୋଲି ଜଣାପଡିଛି । ତେବେ ବିଷ୍ଣୁପୁର ଗାଁ ଲୋକେ ଏକ ଖୋଲା କୁଅରୁ ପାଣି ପିଉଥିବା କହିଛନ୍ତି । ଏହା ଦ୍ବାରା ସମସ୍ତେ ଏଥିରେ ପୀଡିତ ହୋଇଥିବା ନେଇ ସନ୍ଦେହ କରୁଛନ୍ତି ଡାକ୍ତର ।

ତେବେ ସମସ୍ତ ଆକ୍ରାନ୍ତଙ୍କ ଅବସ୍ଥାରେ ଏବେ ସୁଧାର ଆସିଥିବାବେଳେ, ସମସ୍ତଙ୍କ ଚିକିତ୍ସା ଜାରି ରହିଛି । ୧୦ ଜଣ ଆକ୍ରାନ୍ତ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ, ଅନ୍ୟ ୫ ଜଣ ତିଗିରିଆ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

 

Leave A Reply

Your email address will not be published.