Latest Odisha News

BREAKING NEWS

ଚନ୍ଦ୍ରଶେଖରପୁରରେ ଜବରଦଖଲ ମୁକ୍ତ ହେଲା ଡିଷ୍ଟ୍ରିକ୍ ସେଣ୍ଟରର ପାର୍କିଂ ଅଞ୍ଚଳ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ସ୍ଥିତ ଡିଷ୍ଟ୍ରିକ୍ ସେଣ୍ଟରର ପାର୍କିଂ ଅଞ୍ଚଳ ବେଆଇନ ଭାବେ ଜବରଦଖଲ ହୋଇଥିଲା । ଏହାକୁ ଆଜି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଉଚ୍ଛେଦ କରାଯାଇଛି । ଏଥିରେ ୫ ଟି କ୍ୟାବିନ୍, ୨ ଟି ହୋଟେଲ, ୪ ଟି ପଲିଥିନି ନିର୍ମିତ ଦୋକାନ, ୩ ଟି ଟିଣ ସେଡ୍ ଦୋକାନ, ୨ ଟି ଗ୍ୟାରେଜ, ଗୋଟିଏ କାଠ ଦୋକାନ, ୭ ଟି ସମ୍ପ୍ରସାରଣ ଅଂଶ, ୫୦ ଟି ସିଡି, ୧୦ ଟି ଲୁହା ହୋଡିଂ, ୪ ଟି ଲୁହା ଗେଟ୍ ଏବଂ ଗୋଟିଏ ୫୦ ଫୁଟ୍ ଲମ୍ବର ସ୍ଲାଇଡିଂ ଗେଟ୍ ମାଟିରେ ମିଶିଯାଇଛି ।

ଏହା ସହ ୩ ଶହ ଫୁଟ୍ ଲମ୍ବାର ଲୁହା ଫେନ୍ସକୁ ମଧ୍ୟ ଭଙ୍ଗାଯାଇଛି । ଏହି ଉଚ୍ଛେଦ ସମୟରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ନଉପୁଜେ ସେନେଇ ଗୋଟିଏ ସେକ୍ସନ ପୋଲିସ ଫୋର୍ସ ଓ ଗୋଟିଏ ସେକ୍ସନ ମହିଳା ପୋଲିସ ଫୋର୍ସ ମୂତୟନ କରାଯାଇଥିଲା । ଉଚ୍ଛେଦ ବେଳେ ବିଡିଏ ଡେପୁଟି କମିଶନର (ଏନ୍ଫୋର୍ସମେଣ୍ଟ) ଅରୁଣ ନାୟକ ଓ ଚନ୍ଦ୍ରଶେଖରପୁର ଥାନା ଏଏସ୍ଆଇ ସୁଶାନ୍ତ ଭୁଜବଳ ପ୍ରମୁଖ ଉପସ୍ଥିତ ଥିଲେ

Leave A Reply

Your email address will not be published.