Latest Odisha News

BREAKING NEWS

କଣାସରେ ବ୍ୟାପୁଛି ଝାଡାବାନ୍ତି, ଜଳ ପ୍ରଦୂଷଣ ରୋକିବାକୁ ଚେତାବନୀ

ଭୁବନେଶ୍ବର: ପୁରୀ ଜିଲ୍ଲା କଣାସ ଅଞ୍ଚଳରେରେ ଝାଡ଼ା ବାନ୍ତିରେ ୬ ଜଣଙ୍କ ମୃତ୍ୟୁ ଓ ସେ ଅଞ୍ଚଳରେ ବ୍ୟାପିଥିବା କଲେରା ରୋଗ ଅତି ସମ୍ବେଦନଶୀଳ ଘଟଣା ପାଲଟିଛି । ତେବେ ଏହା ଏକ ସ୍ବାସ୍ଥ୍ୟ ଗତ ସମସ୍ୟା ନୁହଁ ବରଂ ନଦୀ ଜଳ ପ୍ରଦୂଷଣ କାରଣରୁ ଏପରି ଘଟଣା ଘଟିଥିବା କୁହାଯାଉଛି । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଚିଲିକା ବଞ୍ଚାଅ ଅଭିଯାନ, ଦୟା ସୁରକ୍ଷା ଅଭିଯାନ ତଥା ଗଙ୍ଗୁଅl ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆଜି ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଏହାର ପ୍ରତିକାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ଯଦି ଏହି ସମସ୍ୟାର ସମାଧାନ ନହୁଏ ତେବେ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ସାମ୍ନାରେ ଅନିର୍ଦ୍ଦିଷ୍ଟ କାଳପାଇଁ ଗଣ ସତ୍ୟାଗ୍ରହ ହେବ ବୋଲି ଗଙ୍ଗୁଅl, ଦୟା ଓ ଚିଲିକା ବଞ୍ଚାଅ ସମ୍ମିଳନୀ ରେ ଆଜି ଘୋଷଣା କରାଯାଇଛି l

ଆଜିର ଏହି ଗଣ ସମ୍ମିଳନୀରେ ନଦୀ ଓ ଚିଲିକା ତଟରେ ଥିବା ପ୍ରଭାବିତ ଅଞ୍ଚଳର ବାସିନ୍ଦା, ବୁଦ୍ଧିଜୀବୀ, ବିଶେଷଜ୍ଞ ତଥା ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ ଯୋଗଦେଇ ସମ୍ପ୍ରତି ଗଙ୍ଗୁଅl, ଦୟା ଓ ଚିଲିକlର ମାତ୍ରାଧିକ ପ୍ରଦୁଷଣକୁ ନେଇ ଗଭୀର ଉଦବେଗ ପ୍ରକାଶ କରାଯାଇଥିଲା l ଗଙ୍ଗୁଅl ନାଳର ପାଣି କୁ ଦୟା ନଦୀରେ ମିଶିବାକୁ ଦିଆ ଯିବ ନାହିଁ ଏବଂ ସରକାର ଏହାକୁ ଯଦି ନ ଶୁଣନ୍ତି ତେବେ ଦୟା କୂଳିଆ ଲୋକେ ବାଧ୍ୟ ହୋଇ କଣ୍ଟି ନିକଟରେ ଗଙ୍ଗୁଅlରେ ବନ୍ଧ ବାନ୍ଧି ଦୂଷିତ ପାଣି କୁ ଅଟକାଇବେ l ସେହିପରି ଚିଲିକାର ସୁରକ୍ଷା ପାଇଁ ସରକାର ବିହିତ ପଦକ୍ଷେପ ନେବା ପାଇଁ ମଧ୍ୟ ସମ୍ମିଳନୀ ରେ କୁହାଯାଇଥିଲା l

ସମ୍ମିଳନୀରେ ପାରିତ ପ୍ରସ୍ତାବ –
୧) ଗଙ୍ଗୁଅl ନାଳ ନୁହଁ, ଏହା ଦିନେ ଗନ୍ଧାବତୀ ନଦୀ ଥିଲା । ତାକୁ ନଦୀର ମାନ୍ୟତା ଦିଆଯାଉ । ସରକାର କୌଣସି ଜାଗାରେ ଏହାକୁ ଗଙ୍ଗୁଅl ନାଳ ବୋଲି ଉଲ୍ଲେଖ କରନ୍ତୁ ନାହିଁ
୨) ଗଙ୍ଗୁଅlର ପୁନରୁଦ୍ଧାର ପାଇଁ ସରକାର ଯୋଜନା କରିଛନ୍ତି ବୋଲି ଆମେ ଶୁଣୁଛୁ l ମାତ୍ର ଏହି ଯୋଜନା ପ୍ରସ୍ତୁତି ବେଳେ କେବଳ ଜଳ ସମ୍ପଦ ବିଭାଗ ର ଯନ୍ତ୍ରୀ ମାନଙ୍କୁ ଏହାର ଦାୟିତ୍ଵ ନଦେଇ ନାଗରିକ ସମାଜ, ବୁଦ୍ଧିଜୀବୀ ଓ ବିଶେଷଜ୍ଞ ମାନଙ୍କୁ ସେଥିରେ ସାମିଲ କରାଯାଉ l
୩) ଯେଉଁ ଶିଳ୍ପ ସଂସ୍ଥା, ଅନୁଷ୍ଠାନ, ଆପାର୍ଟମେଣ୍ଟ ଏବଂ ବ୍ୟକ୍ତି ବିଶେଷ ଗଙ୍ଗୁଅl କୁ ପ୍ରଦୂଷଣ କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦଣ୍ଡ ବିଧାନ କରାଯାଉ l
୪) ଗଙ୍ଗୁଅl ପାଣିକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଯେଉଁ STP ଗୁଡ଼ିକ ନିର୍ମାଣ ପାଇଁ ଯୋଜନା ହୋଇଥିଲା ତାହା ଆଜି ପର୍ଯ୍ୟନ୍ତ କାହିଁକି ସମ୍ପୂର୍ଣ୍ଣ ହୋଇନାହିଁ, ତାର ତଦନ୍ତ ହେଉ, ଯେଉଁ ମାନେ ଏଥିପାଇଁ ଦାୟୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ l ତାହା ସହିତ ଅସମ୍ପୂର୍ଣ୍ଣ STP ଗୁଡ଼ିକୁ କାର୍ଯ୍ୟକ୍ଷମ କରାଯାଉ l
୫) ଗଙ୍ଗୁଅl ପାଣି ଦୟାରେ ମିଶିବା ପୂର୍ବରୁ ସେ ପାଣିର ମାନକୁ ନିୟମିତ ଭାବରେ ପରୀକ୍ଷଣ ହେଉ l
୬) ଦୟା ନଦୀର ପ୍ରଦୂଷଣ ର ମାତ୍ରା ନିୟମିତ ପରୀକ୍ଷଣ ପାଇଁ ରାଜ୍ୟ ପ୍ରଦୂଷଣ ବୋର୍ଡକୁ ଦାୟିତ୍ଵ ଦେଇ ତାର ତଦାରଖ କରାଯାଉ l ଏହି ତଦାରଖ କମିଟି ରେ ନାଗରିକ ସମାଜ ଓ ବିଶେଷଜ୍ଞ ମାନଙ୍କୁ ସାମିଲ କରାଯାଉ l
୭) ଦୟା ନଦୀ ସହିତ ଅନ୍ୟ ଯେଉଁ ନଦୀ ଗୁଡ଼ିକ ଚିଲିକାରେ ମିଶିଛି ସେ ଗୁଡ଼ିକର ପୁନରୁଦ୍ଧାର ପାଇଁ ଏକ ସାମଗ୍ରିକ ସଂସ୍କାର ଯୋଜନା କାର୍ଯ୍ୟକାରୀ କରାଯାଉ l
୮) ଚିଲିକା ଏକ ରମସର୍ କ୍ଷେତ୍ର ଭାବରେ ମାନ୍ୟତା ପାଇଛି ବିଶ୍ଵ ଦରବାରରେ l ମାତ୍ର ଏହାର ସୁରକ୍ଷା ପାଇଁ ଯେଉଁ ପଦକ୍ଷେପ ନିଆଯିବା କଥା ତାହା ନିଆ ଯାଉନାହିଁ l ଚିଲିକା ଡେଭଲପମେଣ୍ଟ ଅଥୋରିଟୀ ଏବେ ପାଙ୍ଗୁ ପାଲଟି ଯାଇଛି l କୋଟି କୋଟି ଟଙ୍କା ଏଥିପାଇଁ ଖର୍କ ହେଉଛି, କିନ୍ତୁ ବାସ୍ତବରେ ଚିଲିକା ର ସୁରକ୍ଷା ଦିଗରେ କୌଣସି ଆଖି ଦୃଶିଆ କାର୍ଯ୍ୟ ଦେଖିବାକୁ ମିଳୁନି l ଏହାର ପୁନର୍ଗଠନ କରି ଏହାକୁ ସଶକ୍ତ କରିବା ସହିତ ଏଥିରେ ନାଗରିକ ସମାଜ, ମତ୍ସ୍ୟଜୀବୀ ସଂଗଠନ ଓ ଅନ୍ୟାନ୍ୟ ବିଶେଷଜ୍ଞ ମାନଙ୍କୁ ସାମିଲ କରାଯାଉ l

Comments are closed.