Latest Odisha News

ଇତିହାସ ରଚିଲେ ଜାଡେଜା

ନାଗପୁର: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିିନିକିଆ କ୍ରିକେଟ ମ୍ୟାଚରେ ଭାରତର ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଇତିହାସ ରଚିଛନ୍ତି । ଜାଡେଜା ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଦିିନିକିଆ ମ୍ୟାଚରେ ସର୍ବାଧିକ ୱିକେଟ ହାସଲ କରିଛନ୍ତି । ସେ ୨୭ ମ୍ୟାଚରେ ୨୬ ଇନିଂସରେ ୪୨ ୱିକେଟ ହାସଲ କରିଛନ୍ତି । ଏହା ପୂର୍ବରୁ ଇଂଲଣ୍ଡର ଜେମ୍ସ ଆଣ୍ଡରସନଙ୍କ ନାମରେ ଏହି ରେକର୍ଡ ରହିଥିଲା । ସେ ୩୧ ମ୍ୟାଚରେ ୪୦ ୱିକେଟ ନେଇଥିଲେ । ତୃତୀୟ ସ୍ଥାନରେ ଅଲରାଉଣ୍ଡର ଆଣ୍ଡ୍ର‌୍ୟୁ ଫ୍ଲିଂଟଫ ରହିଛନ୍ତି । ସେ ୩୦ ମ୍ୟାଚରେ ୩୭ ୱିକେଟ ହାସଲ କରିଥିଲେ । ଭାରତର ହରଭଜନ ସିଂ ୨୩ ମ୍ୟାଚରୁ ୩୬ ୱିକେଟ ନେଇଛନ୍ତି ।

ଜଭାଗଲ ଶ୍ରୀନାଥ ଓ ରବିଚନ୍ଦ୍ରନ ଅଶ୍ୱୀନ ମିଳିତ ଭାବେ ୫ମ ସ୍ଥାନରେ ରହିଛନ୍ତି । ଜୋ ରୁଟଙ୍କୁ ଜାଡେଜା ୪ର୍ଥ ଥର ପାଇଁ ଆଉଟ କରିଛନ୍ତି । ତେବେ ଟ୍ରେଂଟ ବୋଲ୍ଟ ସର୍ବାଧିକ ୫ ଥର ଆଉଟ କରି ଆଗରେ ରହିଛନ୍ତି । ପ୍ରଥମ ଦିନିକିଆରେ ଭାରତ ସମ୍ମୁଖରେ ଇଂଲଣ୍ଡ ୨୪୯ ରନର ବିଜୟ ଲକ୍ଷ୍ୟ ରଖିଛି ।

Comments are closed.