Latest Odisha News

BREAKING NEWS

ମୃତ୍ୟୁ ପୂର୍ବରୁ ୧୦୦ନଂକୁ ଡାଏଲ କରିଥିଲେ କି ଦିଶା ସାଲିଏନ୍‌; କ’ଣ କହୁଛି ମୁମ୍ବାଇ ପୋଲିସ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ପୂର୍ବତନ ମ୍ୟାନେଜର ଦିଶା ସାଲିଏନଙ୍କ ମୃତ୍ୟୁ ମାମଲାକୁ ନେଇ ଅନେକ ସମୟରେ ଭିନ୍ନ କଥା ଶୁଣିବାକୁ ମିଳିଥାଏ ।

ନିକଟରେ ଦିଶା ମୃତ୍ୟୁ ପୂର୍ବରୁ ୧୦୦ ନଂକୁ ଡାଏଲ କରିଥିବା ନେଇ ଚର୍ଚ୍ଚା ହେଉଥିଲା । ଯାହା ପରେ ଏସମ୍ପର୍କରେ ସଫେଇ ଦେଇଛି ମୁମ୍ବାଇ ପୋଲିସ ।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ମୁତାବକ “ଶେଷ ଥର ପାଇଁ ଦିଶା ତାଙ୍କ ସାଙ୍ଗ ଅଙ୍କିତାଙ୍କୁ କରିଥିଲେ । ହେଲେ ସେ ୧୦୦ ନଂକୁ ଡାଏଲ କରିଥିବା ମିଛ କଥା” ବୋଲି ପୋଲିସ କହିଛି ।

ଉଲ୍ଲେଖଯୋଗ୍ୟ, ଗତ ଜୁନ୍ ୮ ତାରିଖରେ ମୁମ୍ବାଇରେ ଦିଶା ସାଲିଏନଙ୍କ ମୃତ୍ୟୁ ଘଟିଥିଲା । ଯାହା ପରେ ଜୁନ୍ ୧୪ ତାରିଖରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ । ତେବେ ଦିଶାଙ୍କ ମୃତ୍ୟୁ ଘଟଣା ସହ ସୁଶାନ୍ତଙ୍କ ମୃତ୍ୟୁର କିଛି ଲିଙ୍କ ରହିଛି ବୋଲି ଖୁବ୍ ଚର୍ଚ୍ଚା ମଧ୍ୟ ହେଉଛି ।

Leave A Reply

Your email address will not be published.