Latest Odisha News

BREAKING NEWS

ଦୋସ୍ତାନା ୨’ ଏବଂ ‘ଗୁଡ୍ ବାଏ ଫ୍ରେଡି’ ପରେ କାର୍ତ୍ତିକଙ୍କ ହାତରୁ ଚାଲିଗଲା ଆଉ ଏକ ଫିଲ୍ମ?

ମୁମ୍ବାଇ: ଫିଲ୍ମ ଦୋସ୍ତାନା ୨ ଏବଂ ଗୁଡ୍ ବାଏ ଫ୍ରେଡି ପରେ କାର୍ତ୍ତିକ ଆର୍ଯ୍ୟନ୍ ହାତରୁ ଚାଲିଗଲା ବିଗ୍‌ ବଜେଟ୍ ମୁଭି! ଆଉ ଏକ ବଡ଼ ସୁଯୋଗରୁ ବଞ୍ଚିତ ହୋଇଛନ୍ତି କି କାର୍ତ୍ତିକ? ରିପୋର୍ଟ ଅନୁଯାୟୀ, କାର୍ତ୍ତିକ ଆନନ୍ଦ ଏଲ ରାୟଙ୍କ ଗ୍ୟାଙ୍ଗଷ୍ଟର ଚଳଚ୍ଚିତ୍ରର ଅଂଶ ନୁହଁନ୍ତି। ଏହି ରିପୋର୍ଟରେ ଆହୁରି ମଧ୍ୟ ଦାବି କରାଯାଇଛି ଯେ ଆନନ୍ଦ ଏଲ୍ ରାୟ ଏହି ଭୂମିକା ପାଇଁ ଆୟୁଷ୍ମାନ ଖୁରାନାଙ୍କୁ ମୁଖ୍ୟ ଭୂମିକାରେ ନେବାକୁ ବିଚାର କରୁଛନ୍ତି।

BjdElectrycity

ଏହି ଗ୍ୟାଙ୍ଗଷ୍ଟର ଚଳଚ୍ଚିତ୍ରର ନିର୍ଦ୍ଦେଶନା କରିବେ ଆନନ୍ଦ ଲ ରାୟ। ରିପୋର୍ଟ ଅନୁଯାୟୀ କାର୍ତ୍ତିକ୍‌ ନିର୍ଦ୍ଦେଶକଙ୍କ ସହ ଆଲୋଚନା ପରେ ସ୍କ୍ରିପ୍ଟ ପଢିଥିଲେ ଏବଂ କାହାଣୀ ମଧ୍ୟ ଶୁଣିଥିଲେ। କିନ୍ତୁ, ସେ ଫିଲ୍ମରେ ସାଇନ୍ କରିବା ପୂର୍ବରୁ ସବୁକିଛି ପରିବର୍ତ୍ତନ ହୋଇଯାଇଥିଲା। କାର୍ତ୍ତିକ ଏବଂ ଆନନ୍ଦ ଏକ ଫିଲ୍ମ ପାଇଁ ଏକାଠି ହେଉଥିବା ରିପୋର୍ଟ ଚଳିତ ବର୍ଷ ଆରମ୍ଭରେ ସୋସିଆଲ ମିଡିଆରେ ପ୍ରକାଶ ପାଇଥିଲା।

କାର୍ତ୍ତିକ ଆର୍ଯ୍ୟନ ଆଉ ଆନନ୍ଦ ଏଲ ରାୟ ନିର୍ମିତ ଚଳଚ୍ଚିତ୍ରର ଅଂଶ ନୁହଁନ୍ତି ବୋଲି ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। ତେବେ ସୂଚନାନୁସାରେ, କରଣ ଜୋହର କାର୍ତ୍ତିକଙ୍କୁ ତାଙ୍କ ଫିଲ୍ମ ଦୋସ୍ତାନା ୨ ରୁ ଆଉଟ୍‌ କରିବା ପରେ ଏହି ନିଷ୍ପତ୍ତି ଅନ୍ୟମାନଙ୍କୁ ପ୍ରଭାବିତ କରିଥିବା ଜଣାପଡିଛି।

Leave A Reply

Your email address will not be published.