Latest Odisha News

BREAKING NEWS

କାହିଁକି ଫ୍ୟାନଙ୍କ ଫୋନ ଫୋପାଡି ଦେଲେ ରଣବୀର? ସାମ୍ନାକୁ ଆସିଲା ସତ

ସୋସିଆଲ ମିଡିଆରେ ବଲିଉଡ ଆକ୍ଟର ରଣବୀର କପୁରଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓକୁ ନେଇ ବଲିଉଡ ଫ୍ୟାନଙ୍କ ଭିତରେ ଚାଲିଥିଲା ବେଶ ଚର୍ଚ୍ଚା  । ଅଭିନେତା ରଣବୀର କପୁର ଜଣେ ଫ୍ୟାନଙ୍କର ମୋବାଇଲ ମାଗି ନେଇ ଫିଙ୍ଗି ଦେଇଥିବା ଭିଡିଓରେ ଦେଖିବାକୁ ମିଳିଛି । ସେଲିବ୍ରିଟିଙ୍କର ଏପରି ବ୍ୟବହାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ  । ଏଥିପାଇଁ ରଣବୀରଙ୍କୁ ଖୁବ ସମାଲୋଚାର ଶିକାର ହେବାକୁ ପଡ଼ିଛି । କେହି ଏହାକୁ ରିଲ ବୋଲି କହୁଥିବାବେଳେ କେହି ଏହାକୁ ପ୍ରମୋଶନାଲ ଷ୍ଟଣ୍ଟ ବୋଲି ବି କହୁଥିଲେ । ତେବେ ସ୍ମାର୍ଟଫୋନ କମ୍ପାନୀ ଓପ୍ପୋ ଏବେ ଭିଡିଓ ପଛରେ ଥିବା ସତର ଖୁଲାସା କରିଛି । ଓପୋ ପକ୍ଷରୁ ସେୟାର କରାଯାଇଥିବା ଏକ ଟୁଇଟରୁ ଜଣାଯାଇଛି ଯେ କମ୍ପାନୀ ପକ୍ଷରୁ ଏହା କରାଯାଇଛି  । ଏହା କମ୍ପାନୀର ଏକ ମାର୍କେଟିଂ ପଲିସି ଅଟେ ।

ଓପ୍ପୋ ଇଣ୍ଡିଆ ଟୁଇଟରରେ ଏକ୍ସକ୍ଲୁସିଭ ଭିଡିଓ ଫୁଟେଜ ସେୟାର କରିଛି । ୟୁଜରଙ୍କ ଦ୍ୱାରା ଏହି ଟ୍ୱିଟକୁ ରିଟ୍ୱିଟ କରିବା ପରେ ଭିଡିଓଟି ଦେଖା ଯାଇଥାଏ । ଭିଡିଓରେ ରଣବୀର କପୁର ପିଲାଟିକୁ ଏକ ନୂଆ ଧଳା ସ୍ମାର୍ଟଫୋନ ଗିଫ୍ଟ କରୁଥିବା ଦେଖିବାକୁ ମିଳେ । ପିଲାଟି ହସି ହସି ମୋବାଇଲରେ ଫଟୋ ଉଠାଏ । ପରେ ଅଭିନେତା ରଣବୀର ବି ଏହି ପିଲାଟି ସହ ସେଲଫି ନିଅନ୍ତି । ପୁରା ଭିଡିଓ ଏକ ପ୍ରଚାର ଅଭିଯାନ ଥିଲା । ନୂଆ ସ୍ମାର୍ଟଫୋନ-ଓପ୍ପୋ ରେନୋ 08T 5Gର ପ୍ରମୋଶନ ପାଇଁ କମ୍ପାନୀ ପକ୍ଷରୁ ଏହି ଭିଡିଓ ପ୍ରସ୍ତୁତ କରାଯାଇଥିଲା ।

ଯାହା ବି ହେଉ, କମ୍ପାନୀର ଏପରି ପ୍ରମୋଶନ ଭିଡିଓକୁ ୟୁଜର୍ସ ନାପସନ୍ଦ କରିଛନ୍ତି । ମାର୍କେଟରେ କୌଣସି ଜିନିଷର ପ୍ରମୋଶନ ଏପରି ଭାବେ କରାଯାଏ ନାହିଁ । ଏହାକୁ ସବୁଠାରୁ ଖରାପ ପ୍ରଚାର ରଣନୀତି ବୋଲି କହିଛନ୍ତି ୟୁଜର୍ସ ।

ଏଠି କହି ରଖିବୁ, ଭାଇରାଲ ଭିଡିଓରେ ଅଭିନେତା ରଣବୀର ସ୍ମାର୍ଟ ଫୋନ ଧରିଥିବା ଏକ ପିଲା ସହ ହସି ହସି ଫଟୋ ପାଇଁ ପୋଜ ଦେଉଛନ୍ତି । ହେଲେ ଫ୍ୟାନ ଜଣକ ପରଫେକ୍ଟ ସେଲ୍ଫି ନେବାରେ ବାରମ୍ବାର ଅସଫଳ ହେଉଥିବା ଦେଖିବାକୁ ମିଳିଛି ।

ଏହା ଦେଖି ଅଭିନେତା ରାଗି ଯାଉଥିବା ଦେଖିବାକୁ ମିଳିଛି ଭାଇରାଲ ଭିଡିଓଟିରେ  । ଶେଷରେ ପିଲାଟିଠାରୁ ଫୋନ ନେଇ ଏହାକୁ ଫୋପାଡି ଦେଉଥିବା ଦେଖିବାକୁ ମିଳିଛି । ପିଲାଟି ରଣବୀରଙ୍କୁ ଟିକିଏ ସମୟ ଅପେକ୍ଷା କରିବା ପାଇଁ ଅନୁରୋଧ କରୁଛି ହେଲେ ସେ ଏହାକୁ ଅଣଦେଖା କରି ଚାଲି ଯାଉଥିବା ଭିଡିଓରୁ ସ୍ପଷ୍ଟ ହୋଇଛି ।

Leave A Reply

Your email address will not be published.