Latest Odisha News

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର: ଆଜିଠୁ ମିଳିବ ଡିଜିଯାତ୍ରା ଆପ୍ ସୁବିଧା

ଭୁବନେଶ୍ୱର: ଏଣିକି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସହଜ ହେବ ଯାତ୍ରା। ଆଉ ପାଦେ ଆଗେଇଲା ଭୁବନେଶ୍ୱର ବିମାନବନ୍ଦର। ଯାତ୍ରୀଙ୍କ ସୁବିଧାଜନକ ବିମାନ ଯାତ୍ରା ପାଇଁ ଆଜିଠୁ ମିଳିବ ଡିଜି ଯାତ୍ରା ଆପ୍ ସୁବିଧା। ବିମାନ ବନ୍ଦରକୁ ଆସିଲେ ଚେକଇନ କରିବାକୁ ଆଉ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିବନି। ବିନା ବାଧାରେ ଏହି ଆପ୍ ମାଧ୍ୟମରେ ବୋର୍ଡିଂ ସୁବିଧା ମିଳିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜାରାପୁ ଏହାର ଉଦଘାଟନ କରିବେ।

ବର୍ତ୍ତମାନ ଦେଶର କିଛି ପ୍ରମୁଖ ବିମାନ ବନ୍ଦରରେ ଏହି ସୁବିଧା କାର୍ଯ୍ୟକାରୀ ହୋଇସାରିଛି। ଡିଜି ଯାତ୍ରା ଆପ୍ ଏକ ସ୍ମାର୍ଟ ଆଇଡେଣ୍ଟିଫିକେସନ ସିଷ୍ଟମ । ଏହା ଜରିଆରେ ଯାତ୍ରୀଙ୍କୁ ଆଉ ସିକ୍ୟୁରିଟି ଚେକ୍ କିମ୍ବା ଲମ୍ବାଧାଡ଼ିରେ ରହି ବୋର୍ଡିଂ ପାସ ସଂଗ୍ରହ କରିବାକୁ ପଡ଼ିବନାହିଁ। ବର୍ତ୍ତମାନ ସୁଦ୍ଧା ୩ କୋଟିରୁ ଅଧିକ ବ୍ୟକ୍ତି ଏହି ଆପ୍‌ରୁ ସୁବିଧା ପାଇଛନ୍ତି। ପ୍ରାୟ ୫୩ ଲକ୍ଷରୁ ଅଧିକ ବ୍ୟକ୍ତି ଏହି ଆପ୍‌କୁ ଡାଉନଲୋଡ କରିଛନ୍ତି।

ଆଜି ଭୁବନେଶ୍ବର ବିମାନବନ୍ଦର ସହ ଅନ୍ୟ ୮ଟି ସ୍ଥାନରେ ଡିଜି ଆପ୍ ବ୍ୟବସ୍ଥାର ଉଦଘାଟନ ହେବ। ଇନ୍ଦୋର, ରାଞ୍ଚି, ପାଟନା, ରାଇପୁର, ବାଗଡୋଗରା, କୋଏମ୍ବଟୁର, ଗୋଆ ଓ ବିଶାଖାପାଟଣାରେ ଏହି ବ୍ୟବସ୍ଥାର ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ରାମମୋହନ ନାଇଡୁ।

ଡିଜିଯାତ୍ରା ବିମାନବନ୍ଦରରେ ଯାତ୍ରୀମାନଙ୍କ ପାଇଁ ବାୟୋମେଟ୍ରିକ ଭିତ୍ତିକ ଡିଜିଟାଲ ପ୍ରକ୍ରିୟା। ଏହାକୁ ଯାତ୍ରୀମାନେ ଆଣ୍ଡ୍ରଏଡ କିମ୍ବା ଆଇଓଏସରେ ପ୍ଲେଷ୍ଟୋରରୁ ଡାଉନଲୋଡ କରିପାରିବେ। ଏଥିରେ ପଞ୍ଜୀକରଣ କରିବା ପାଇଁ ଯାତ୍ରୀଙ୍କୁ କ୍ରମାନ୍ବୟନରେ ନିଜର ନାଁ, ଇମେଲ, ମୋବାଇଲ ନମ୍ବର ଓ ପରିଚୟ ପତ୍ର ଦାଖଲ କରିବାକୁ ପଡ଼ିବ। ଏହା ପରେ ଡିଜି ଯାତ୍ରା ଆଇଡି କ୍ରିଏଟ ହେବ। ବିମାନ ଯାତ୍ରା ପାଇଁ ଟିକେଟ ବୁକିଂ ବେଳେ ଏହି ଆଇଡି ନମ୍ବରକୁ ଦାଖଲ କରିବାକୁ ପଡ଼ିବ।

ପ୍ରଥମ ଯାତ୍ରା ବେଳେ ଯାତ୍ରୀଙ୍କୁ ବିମାନବନ୍ଦରରେ ନିଜରେ ଆଇଡିକୁ ବୈଧ କରିବାକୁ ଅନଲାଇନରେ ଆଧାର ଭେରିଫେକେସନ କରିବାକୁ ପଡିବ। ପଞ୍ଜୀକରଣ ସଫଳ ହେବା ପରେ ଯାତ୍ରୀଙ୍କ ଫଟୋକୁ ଅପଲୋଡ କରିବାକୁ ପଡ଼ିବ। ପ୍ରବେଶ ପାଇଁ ଇ-ଏଣ୍ଟ୍ରି ପଏଣ୍ଟରେ ନିଜ ବୋର୍ଡିଂ ପାସକୁ ସ୍କାନ କରି ପ୍ରବେଶ କରିବେ। ବାର କୋର୍ଡ ସ୍କାନ ଦ୍ବାରା ଯାତ୍ରୀଙ୍କ ଯାତ୍ରାର ବିବରଣୀ ତନଖି ହୋଇଯିବ। ଫେସ ରେକଗନାଇଜେସନ ଦ୍ବାରା ଡିଜି ଯାତ୍ରା ଆଇଡି ଭେରିଫାଇ ହେବ।

Comments are closed.