Latest Odisha News

BREAKING NEWS

କୃଷି କ୍ଷେତ୍ରରେ ଡିଜିଟାଲ ପରାମର୍ଶ ବୋରିଗୁମ୍ମାର ଚାଷୀ ଡମୁଙ୍କୁ ଦେଲା ନୂଆ ପରିଚୟ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଖଜୁରୀଗୁଡା ଗାଁର ଡ଼ମୁ ଭତରା । ପିଲା ଦିନରୁ ଚାଷ କାମ ପ୍ରତି ଆଗ୍ରହ ଥିବା ଡ଼ମୁ ବାପାଙ୍କ ଦେହାନ୍ତ ପରେ ଏହାକୁ ଜୀବିକା ଭାବେ ଗ୍ରହଣ କଲେ । କିନ୍ତୁ ସଠିକ ସମୟରେ ସଠିକ କୃଷି ସୂଚନାର ଅଭାବରୁ ଚାଷ କାର‌୍ୟ୍ୟରେ ତାଙ୍କର ଅନେକ କ୍ଷତି ହେଲା । ଫସଲରେ ରୋଗ ପୋକ ଦମନ ପାଇଁ ନିକଟସ୍ଥ ବଜାରରୁ ଭୁଲ ଔଷଧ ଆଣି ଫସଲରେ ପ୍ରୟୋଗ କରୁଥିଲେ । ଫଳରେ ଲାଭ ବଦଳରେ କ୍ଷତି ଅଧିକ ହେବାରେ ଲାଗିଲା ।

୨୦୧୯ରେ ସେ ରିଲାଏନ୍ସ ଫାଉଣ୍ଡେସନ ସମ୍ପର୍କରେ ଜାଣିବାକୁ ପାଇଲେ । ଏହାର ନିଶୁଳ୍କ ନମ୍ବର ୧୮୦୦-୪୧୯-୮୮୦୦ ରେ ବିଶେଷଜ୍ଞଙ୍କ ସହ ସିଧାସଳଖ ପରାମର୍ଶ ନେଲେ । ଫଳରେ ଧାନ, ପନିପରିବା ଫସଲ ଅଧିକ ଅମଳ କରିପାରିଛନ୍ତି । ଗତ ଖରିଫ ଋତୁରେ ସେ ମୋଟ ତିନି ଏକର ଜମିରେ ଧାନ ଫସଲ କରିଥିଲେ । ତେବେ ଏହାର କିଛି ଦିନ ପରେ ଚକଡ଼ା ପୋକ ଲାଗିବାରୁ ସେ ରିସଲାଏନ୍ସ ଫାଉଣ୍ଡେସନର ବିଶେଷଜ୍ଞଙ୍କ ପରାମର୍ଶ ନେଇଥିଲେ । ଏହା ଅନୁଯାୟୀ ପଦ କ୍ଷେପ ନେବା ପରେ ପ୍ରାୟ ୭୫ କୁଇଣ୍ଟାଲ ଧାନ ଅମଳ କରିପାରିଛନ୍ତି ଓ ଏହାକୁ ବଜାରରେ ବିକ୍ରି କରି ବେଶ୍ ଦି ପଇସା ରୋଜଗାର କରିପାରିଛନ୍ତି ।

ପୂର୍ବରୁ ନିଜ ଜମିରେ କେବଳ ଚାଷ କରୁଥିବା ବେଳେ ଏବେ ଡମୁ ଲିଜରେ ଜମି ଆଣି ବି ଚାଷ କରିବା ଆରମ୍ଭ କରିଛନ୍ତି ।

ଅନେକ ସମୟରେ ଚାଷୀ ଭାଇମାନେ କୃଷିକାର‌୍ୟ୍ୟ ପାଇଁ ଆବଶ୍ୟକୀୟ ସୂଚନା ଓ ପରାମର୍ଶ ସଠିକ ସମୟରେ ସଠିକ ସୂତ୍ରରୁ ପାଇପାରିନଥାନ୍ତି । ଏପରିକି ବିଶେଷଜ୍ଞମାନଙ୍କ ସହ ସିଧାସଳଖ ଯୋଗାଯୋଗ କରିପାରିନଥାନ୍ତି । ଫଳରେ କେବେ ଫସଲର ହାନି ଘଟିଥାଏ ତ କେବେ ଗୋ ସମ୍ପଦର ମୃତ୍ୟୁ ହୋଇଥାଏ । କୃଷିକାର‌୍ୟ୍ୟରେ ଚାଷୀଙ୍କୁ ସୂଚନା ଓ ପରାମର୍ଶ ସଠିକ ସମୟରେ ଡିଜିଟାଲ ସେବା ଜରିଆରେ ଚାଷୀ ଭାଇମାନଙ୍କ ନିକଟରେ ନିଃଶୁଳ୍କରେ ପହଞ୍ଚାଇବା ରିଲାଏନ୍ସ ଫାଉଣ୍ଡେସନ ଏକ ଅଭିନବ ପ୍ରୟାସ । ମୋବାଇଲ ଭଏସ ମେସେଜ ମାଧ୍ୟମରେ ଦୈନିକ କୃଷି ଓ ଗୋପାଳନ ଭିତ୍ତିକ କୃଷି ସନ୍ଦେଶ, ୧୮୦୦-୪୧୯-୮୮୦୦ ନିଶୁଳ୍କ ହେଲ୍ପ ଲାଇନରେ ବିଶେଷଜ୍ଞଙ୍କ ସହ ସିଧାସଳଖ ପରାମର୍ଶ ତଥା ଅଡିଓ/ ଭିଡିଓ କନଫେରେନ୍ସ କାର‌୍ୟ୍ୟକ୍ରମ ଚାଷୀ ଓ ଗୋପାଳକ ଭାଇମାନେ ବେଶ୍ ଉପକୃତ ହୋଇପାରୁଛନ୍ତି ।

ଡମୁ ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ଉପକୃତ ହେବା ପରେ ନିଜ ଅଂଚଳରେ ସମାନ ଅସୁବିଧାର ସମ୍ମୁଖୀନ ହେଉଥିବା ଚାଷୀ ଭାଇଙ୍କୁ ମଧ୍ୟ ଏହି ସୁବିଧା ସମ୍ପର୍କରେ ଜଣାଇଛନ୍ତି । ଆଉ ଅନ୍ୟମାନେ ମଧ୍ୟ ଫାଉଣ୍ଡେସନର ବିଶେଷଜ୍ଞଙ୍କ ସହାୟତା ନେଇ ଉପକୃତ ହୋଇପାରୁଛନ୍ତି ।

Leave A Reply

Your email address will not be published.