Latest Odisha News

ଅଧିନାୟକ ପଦ ଛାଡ଼ିବେ ଦିନେଶ କାର୍ତ୍ତିକ

ୟୁଏଇ: ଚଳିତ ବର୍ଷ ଆଇପିଏଲ ସଂସ୍କରଣରେ କେକେଆରର କ୍ୟାପଟେନ ଦିନେଶ କାର୍ତ୍ତିକ ଅଧିନାୟକତ୍ଵ ଛାଡିଥିବା ସୂଚନା ମିଳିଛି ।

ଶୁକ୍ରବାର ଦିନ ଅଫିସିଆଲ ୱେବସାଇଟରେ ଫ୍ରାଞ୍ଚାଇଜ ଘୋଷଣା କରିଛି ଯେ ବର୍ତ୍ତମାନ ଇଂଲଣ୍ଡ ଅଧିନାୟକ ଇଏନ୍ ମୋର୍ଗାନଙ୍କୁ ଅଧିନା ୟକତ୍ଵ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି

ଫ୍ରାଞ୍ଚାଇଜ ଅନୁଯାୟୀ, ଦୀନେଶ କାର୍ତ୍ତିକ ତାଙ୍କ ବ୍ୟାଟିଂ ଉପରେ ଧ୍ୟାନ ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି ।

ଗତ ୨ବର୍ଷ ମଧ୍ୟରେ ଅଧିନାୟକ ଭାବରେ ଅବଦାନ ପାଇଁ କେକେଆର ମ୍ୟାନେଜମେଣ୍ଟ କାର୍ତ୍ତିକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଶୁକ୍ରବାର ଦିନ ଆବୁଦାବିର ଶେଖ ଜାଏଦ କ୍ରିକେଟ୍ ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ସାମନା କରିବ କୋଲକାତା ନାଇଟ୍ ରାଇଡର୍ସ ।

ଦିନେଶଙ୍କ ଏହି ନିଷ୍ପତ୍ତି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିବା କହିଛନ୍ତି କେକେଆର ସିଇଓ ଭେଙ୍କି ମାଇସୋର । ସେ ଆହୁରିମଧ୍ୟ କହିଛନ୍ତି- ୨୦୧୯ ବିଶ୍ୱକପ୍ ବିଜେତା ଇଏନ୍ ମୋର୍ଗାନ୍, ଦଳର ନେତୃତ୍ୱ ନେବେ ଯାହା ଦଳପାଇଁ ନିଶ୍ଚୟ ଏକ ଶୁଭ ସମାଚାର ।

ପ୍ରକାଶ ଥାଉକି ଦିନେଶ କାର୍ତ୍ତିକ ହାରାହାରି ୧୫.୪୨ରେ ସାତୋଟି ଖେଳରୁ ମୋଟ ୧୦୮ ରନ୍ କରିଛନ୍ତି। ଯେଉଁସ୍ଥାନରେ ମୋର୍ଗନ କେକେଆର୍ ପାଇଁ  ଖେଳିଥିବା ସାତୋଟି ମ୍ୟାଚରେ ୧୨୯.୬୨ ଷ୍ଟ୍ରାଇକ୍ ରେଟରେ ହାରାହାରି ୩୫ରେ ଦଳ ପାଇଁ ୧୭୫ ରନ୍ ଯୋଡ଼ିଛନ୍ତି ।  ବର୍ତ୍ତମାନ ସେ ଶୁଭମାନ ଗିଲଙ୍କ ପଛରେ ଆଇପିଏଲ ୨୦୨୦ରେ କେକେଆର ପାଇଁ ଦ୍ୱିତୀୟ ସର୍ବାଧିକ ରନ ସ୍କୋର କରିଛନ୍ତି ।

Leave A Reply

Your email address will not be published.