Latest Odisha News

BREAKING NEWS

ଅଚାନକ ଜନ୍‌‌ ସିନାଙ୍କ ବିବାହ କଥା ଶୁଣି ଚମକିପଡ଼ିଲେ ପ୍ରଶଂସକ; କାହାକୁ ନିଜ ଜୀବନସାଥୀ କଲେ ଜନ୍‌ ସିନା?

ନୂଆଦିଲ୍ଳୀ: ହଲିଉଡ୍‌ ଅଭିନେତା ତଥା WWE ଚାମ୍ପିଅନ୍ ଜନ୍ ସିନା ତାଙ୍କ ଗର୍ଲଫ୍ରେଣ୍ଡ ଶାରିୟତ୍‌‌ଜାଦେହ୍‌ଙ୍କୁ ଗୋପନ ଭାବେ ବିବାହ କରିଥିବା ଜଣାପଡ଼ିଛି। ସେ ଶାରିୟତ୍‌ଙ୍କ ସହିତ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଧରି ଡେଟ୍‌ କରୁଥିଲେ।

ସେ ଫ୍ଲୋରିଡାରେ ଏକ ବ୍ୟକ୍ତିଗତ ସମାରୋହରେ ଶାରିୟତ୍‌ଙ୍କୁ ନିଜ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି। ଏହି ବିବାହରେ ପରିବାର ସଦସ୍ୟ ଏବଂ କିଛି ଘନିଷ୍ଠ ସମ୍ପର୍କୀୟ ଓ ସାଙ୍ଗମାନେ ଯୋଗ ଦେଇଥିଲେ। ସେମାନେ ଅକ୍ଟୋବର ୧୨ରେ ବିବାହ କରିଥିଲେ।

ଶାରିୟତ୍‌ ଏବଂ ଜନ୍ ବିବାହ ପରେ ସୋସିଆଲ ମିଡିଆରେ ନିଜ ଖୁସି ବ୍ୟକ୍ତ କରିଥିଲେ। ଜନ୍ ସିନା ଟ୍ୱିଟ୍ କରି ଲେଖିଛନ୍ତି, ଜୀବନରେ ସୁଖ ପାଇବାର ଏହା ସବୁଠୁ ଭଲ ଉପାୟ।

ମାର୍ଚ୍ଚ ୨୦୧୯ ଠାରୁ ଜନ୍ ଏବଂ ଶାରିୟତ୍‌ ପରସ୍ପରକୁ ଡେଟ୍ କରୁଥିଲେ ଏବଂ ଏହି ବର୍ଷ ଆରମ୍ଭରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିବା ଖବର ସାମ୍‌ନାକୁ ଆସିଥିଲା। ତେବେ ନିର୍ବନ୍ଧ ପରେ ଜନ୍ WWEରେ କୌଣସି ମ୍ୟାଚ୍ ଖେଳି ନାହାଁନ୍ତି।

ଶାରିୟତ୍‌ ବୃତ୍ତିର ଜଣେ ଇଞ୍ଜିନିୟର। ଏକ ସାକ୍ଷାତକାରରେ ଶାରିୟତ୍‌ କହିଛନ୍ତି, ଯେତେବେଳେ ସେ ଭାନକୋଭରରେ ରହୁଥିଲେ ସେତେବେଳେ ସେ ଜନ୍ ସିନାଙ୍କୁ ଭେଟିଥିଲେ। ସେ ସେତେବେଳେ ଭାନକୋଭରର ମୋଟରୋଲା ସଲ୍ୟୁସନ୍ କମ୍ପାନୀରେ ଆଭିଗାନ୍‌ରେ ପ୍ରଡକ୍ଟ ମ୍ୟାନେଜର ଥିଲେ। ସେହି ସମୟରେ ସେ ପ୍ରଥମ ଥର ପାଇଁ ଜନ୍‌ଙ୍କ ସହ କଥା ହୋଇଥିଲେ ଏବଂ ସେବେଠାରୁ ଦୁହେଁ ପରସ୍ପର ସହ ସମ୍ପର୍କରେ ଥିଲେ।

Leave A Reply

Your email address will not be published.