Latest Odisha News

ଅଭିନୟ ଦୁନିଆରୁ ବିଦାୟ ନେବେ ଦୀପିକା : ପରିବାରକୁ ଦେବେ ପୁରା ସମୟ

ମୁମ୍ବାଇ: ଅଭିନୟ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେବି । ମୋ ପରିବାର ଓ ଆଗକୁ ଆସୁଥିବା ମୋ ବେବିକୁ ପୁରା ସମୟ ଦେବି । ମୁଁ ବହୁତ କମ୍ ବୟସରେ ଅଭିନୟ ଦୁନିଆକୁ ଆସିଛି । ୧୫ବର୍ଷ ହେଲା ନିରନ୍ତର କାମ ବି କଲି । ଏବେ ଅଭିନୟ ନୁହେଁ,ପରିବାରକୁ ଧ୍ୟାନ ଦେବି । ଏମିତି କିଛି କହିଛନ୍ତି ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଦୀପିକା କକ୍କର ।

ଦୀପିକା ଟିଭି ଧାରାବାହିକ ‘ସସୁରାଲ୍ ସିମର କା’ରୁ ଅଭିନୟ ଦୁନିଆରେ ପାଦ ଦେଇଥିଲେ । ଏହି ଧାରାବାହିକରେ ତାଙ୍କର ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଥିଲେ । ସେଥିଲାଗି ସେ ଘରେ ଘରେ ପରିଚିତ ହୋଇପାରିଥିଲେ । ନିକଟରେ ଏକ ସାକ୍ଷାତକାରରେ ଦୀପିକା କହିଛନ୍ତି ଯେ, ମୁଁ ଅଭିନୟ କ୍ୟାରିୟରରୁ ସବୁଦିନ ପାଇଁ ବିଦାୟ ନେବି । ଏବେ ମୁଁ ଗର୍ଭଧାରଣ କରିଥିବାରୁ ଏହି ମୁହୂର୍ତ୍ତକୁ ଖୁବ୍ ଉପଭୋଗ କରୁଛି । ମୋର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଜୋରସୋର ପ୍ରସ୍ତୁତି ଚଳାଇଛି । ମୁଁ ଆଉ କାମ କରିବାକୁ ଚାହେଁ ନାହିଁ ବୋଲି ଶୋଏବଙ୍କୁ ବି କହିଛି । ଅଭିନୟ ଛାଡି ଜଣେ ଗୃହିଣୀ ଏବଂ ମା’ ଭାବରେ ଜୀବନ ବଞ୍ଚିବାକୁ ଚାହୁଁଛି । କିନ୍ତୁ ୟୁଟ୍ୟୁବ ବ୍ଲଗିଂ କରିବା ଜାରି ରଖିବି ଓ ଲୋକଙ୍କ ଭଲ ପାଇବା ସାଉଁଟିବି ।

Leave A Reply

Your email address will not be published.