Latest Odisha News

BREAKING NEWS

ଡ଼୍ୟାନ୍ସ କଲେ ୮୦ ବର୍ଷୀୟା ବୃଦ୍ଧା,ତାଙ୍କ ଆତ୍ମବିଶ୍ୱାସକୁ ଲୋକେ ଦେଲେ ଧନ୍ୟବାଦ

ଯଦି କେହିି ହୃଦୟରେ ନିଜକୁ ଯୁବକ ବୋଲି ଅନୁଭବ କରନ୍ତି, ଯେତେ ବୟସ୍କ ହୁଅନ୍ତୁ ନା କାହିଁକି ସେ ସବୁବେଳେ ଯୁବକ ହିଁ ରହିବେ । ଯଦି ଆପଣ ଏହାକୁ ବିଶ୍ୱାସ କରୁନାହାଁନ୍ତି, ତେବେ ଏବେ ଭାଇରାଲ ହେଉଥିବା ଏକ ଭିଡିଓ ଦେଖିଲେ ଠିକ୍ ବୁଝିପାରିବେ । ଜଣେ ବୃଦ୍ଧା ଏପରି ଡ଼୍ୟାନ୍ସ କରୁଛନ୍ତି ଯେ, ଲୋକେ ଦେଖି ଚକିତ ।

ଯେଉଁ ବୟସରେ ଜଣେ ବୃଦ୍ଧା ଶଯ୍ୟାରେ ବିଶ୍ରାମ ନେବା କଥା, ସେ ସମୟରେ ସର୍ବସାଧାରଣ ସ୍ଥାନରେ ପୁଣି ସମସ୍ତଙ୍କ ଆଗରେ ଡ଼୍ୟାନ୍ସ କରିବା କିଛି କମ୍ କଥା ନୁହେଁ । ଏଠାରେ କେବଳ ବୟସ୍କା ମହିଳାମାନେ ଡ଼୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଆଉ ଏଇ ଜେଜେମାଙ୍କ ଡ଼୍ୟାନ୍ସ ଦେଖିଲେ ମଜା ନେବା ସହ ହସି ହସି ଗଡି ବି ଯିବେ । ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ୮୦ ବର୍ଷ ବୟସ୍କା ବୃଦ୍ଧା ମିନି ସ୍କର୍ଟ ଏବଂ ଟପ୍ ପରିଧାନ କରି ଡ଼୍ୟାନ୍ସ କରୁଛନ୍ତି । ଆଉ କାନ୍ଧରେ ଏକ ବ୍ୟାଗ୍ ମଧ୍ୟ ପକାଇଛନ୍ତି । ସେ ମନଖୋଲି ସମସ୍ତଙ୍କ ସାମ୍ନାରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି ।

ଏହି ଭିଡିଓ ୫ ଦିନ ପୂର୍ବରୁ ସେୟାର କରାଯାଇଛି ଏବଂ ଏହାକୁ ଏବେ ସୁଦ୍ଧା ୧୪.୮ ମିଲିୟନ ଅର୍ଥାତ୍ ୧.୪ କୋଟିରୁ ଅଧିକ ଲୋକ ଦେଖିସାରିଲେଣି । ଏହି ଭିଡିଓକୁ ଅନେକ ଲୋକ ପସନ୍ଦ କରିବା ସହ ବୃଦ୍ଧାଙ୍କ ଆତ୍ମବିଶ୍ୱାସକୁ ଧନ୍ୟବାଦ ଦେଇଛନ୍ତି ।

Comments are closed.