Latest Odisha News

BREAKING NEWS

ମାର୍ଚ୍ଚ ୫ ତାରିଖରୁ ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଆସନ୍ତା ମାସରୁ ଦୁବାଇକୁ ଉଡ଼ିବ ବିମାନ । ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ପାଇ ପାରିବେ ଯାତ୍ରୀ । ମାର୍ଚ୍ଚ ୫ ତାରିଖରୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରୁ ଦୁବାଇକୁ ବିମାନ ଉଡ଼ାଣ କରିବ ।

ସୂଚନା ଅନୁସାରେ, ମାର୍ଚ୍ଚ ୫ ତାରିଖରୁ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରରୁ ସନ୍ଧ୍ୟା ୬ଟା ୫ରେ ବିମାନ ଛାଡ଼ିବ । ଯାହାକି ଦୁବାଇ ବିମାନବନ୍ଦରରେ ରାତି ୯ଟା ୪୫ରେ ପହଞ୍ଚିବ । ଯାହାକି ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ପ୍ରଥମ ଅନ୍ତରାଷ୍ଟ୍ରୀୟ ବିମାନ ଉଡ଼ାଣ ହେବ ।

ସେହିଭଳି ଦୁବାଇ ବିମାନବନ୍ଦରରୁ ବିମାନ ଦିନ ୧୧ଟା ୨୫ରେ ଉଡ଼ାଣ ଭରି ଭୁବନେଶ୍ୱରରେ ସନ୍ଧ୍ୟା ୫ଟା ୫ରେ ପହଞ୍ଚିବ । ଭୁବନେଶ୍ୱରରୁ ଦୁବାଇ, ଦୁବାଇରୁ ଭୁବନେଶ୍ୱର ମଧ୍ୟରେ ଇଣ୍ଡିଗୋ ବିମାନ ଚଳାଚଳ କରିବ ।

ଗତବର୍ଷ ଡିସେମ୍ବରରେ ରାଜ୍ୟ କ୍ୟାବିନେଟରେ ଭୁବନେଶ୍ୱରରୁ ଦୁବାଇ ସହ ସିଙ୍ଗାପୁର ଓ ବ୍ୟାଙ୍କଂକକୁ ବିମାନ ଉଡ଼ାଣକୁ ମଞ୍ଜୁରୀ ମିଳିଥିଲା । ୧୮୬ ସିଟ୍ ବିଶିଷ୍ଟ ବିମାନ ଉଡ଼ାଣ ହେବାକୁ ଥିବା ବେଳେ ରାଜ୍ୟ ସରକାର ଉଡ଼ାଣ ଖର୍ଚ୍ଚ ବହନ କରିବେ ।

Leave A Reply

Your email address will not be published.