Latest Odisha News

BREAKING NEWS

ଭାରତରେ ବିବିସି କାମ ଉପରେ ପ୍ରତିବନ୍ଧକ ଲଗାଇବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା ଉପରେ ବିବିସି ଡକ୍ୟୁମେଣ୍ଟ୍ରି ସହ ଭାରତରେ ବିବିସିର କାମ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ହିନ୍ଦୁ ସେନାର ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ଆବେଦନ ଅଗ୍ରାହ୍ୟ କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଆବେଦନ ସମ୍ପୂର୍ଣ୍ଣ ଭାବେ ଭୁଲ୍ ଅଟେ । ଆମେ ଏଭଳି ଆଦେଶ କିଭଳି ଦେଇ ପାରିବୁ ?

ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଏମ୍ ଏମ୍ ସୁନ୍ଦରେଶଙ୍କ ଖଣ୍ଡପୀଠ ଆବେଦନ ଖାରଜ କରି କହିଛନ୍ତି, ଏହି ଆବେଦନର କୌଣସି ଗୁରୁ୍ତ୍ୱ ନାହିଁ । ଆବେଦନକାରୀଙ୍କ ଓକିଲ ପିଙ୍କି ଆନନ୍ଦ କହିଛନ୍ତି, ବିବିସି ସମ୍ପୂର୍ଣ୍ଣ ଭାବେ ଭାରତ ବିରୋଧୀ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଅଭିଯାନ ଚଳାଇଛି । ଅଦାଲତଙ୍କ ନିକଟରେ ଏହା ଉପରେ ପ୍ରତିବନ୍ଧକ ଲଗାଇବା ଲାଗି ଅଧିକାର ରହିଛି ।

ହିନ୍ଦୁ ସେନା ପକ୍ଷରୁ କରାଯାଇଥିବା ଆବେଦନରେ ବ୍ରିଟିଶ୍ ବ୍ରଡକାଷ୍ଟ କର୍ପୋରେସନର କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇବା ଲାଗି ଦାବି ହୋଇଥିଲା । ଯେଉଁଥିରେ କୁହା ଯାଇଥିଲା, ଦେଶର ଅଖଣ୍ଡତା ଓ ଏକତା ଭାଙ୍ଗିବା ଲାଗି ରଚାଯାଇଥିବା ଷଡ଼ଯନ୍ତ୍ରର ତଦନ୍ତ ଏନ୍ଆଇଏ ଦ୍ୱାରା ହେଉ ଏବଂ ବିବିସି ଉପରେ ପ୍ରତିବନ୍ଧକ ଲଗାଯାଉ ।

ଏହା ପୂର୍ବରୁ ଗତ ୩ ତାରିଖରେ ସୁପ୍ରିମକୋର୍ଟ ଗୁଜରାଟ ଦଙ୍ଗା ସମ୍ପର୍କିତ ବିବିସି ଡକ୍ୟୁମେଣ୍ଟ୍ରିର ସେନ୍ସରକୁ ବନ୍ଦ ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ଆବେଦନକୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଥିଲେ । ୩ ସପ୍ତାହ ମଧ୍ୟରେ ଜବାବ ଦେବାକୁ କୁହାଯାଇଛି ।

Leave A Reply

Your email address will not be published.