Latest Odisha News

BREAKING NEWS

ଦିନିକିଆ କ୍ରିକେଟ ସିରିଜ: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର କ୍ରମାଗତ ୫ମ ପରାଜୟ

ଅକଲାଣ୍ଡ: ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଟମ ଲାଥାମଙ୍କ ଶତକ ବଳରେ ନ୍ୟୁଜିଲାଣ୍ଡ ୭ ୱିକେଟରେ ଭାରତକୁ ପରାସ୍ତ କରିଛି । ଏଥିସହ ଘରୋଇ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିନେଇଛି । ଦିନିକିଆରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଏହା କ୍ରମାଗତ ୫ମ ପରାଜୟ । ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୭ ୱିକେଟ ହରାଇ ୩୦୬ ରନ କରିଥିଲା । ଶିଖର ଧାୱନ ୭୨, ଶୁଭମନ ଗିଲ ୫୦ ଏବଂ ସଞ୍ଜୁ ସାମସନ ୩୬ ଓ ୱାଶିଂଟନ ସୁନ୍ଦର ୩୭ ରନର ଇନିଂସ ଖେଳିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଲୋକି ଫର୍ଗୁଶନ ୩ଟି ଏବଂ ଟିମ ସୌଥୀ ୨ଟି ୱିକେଟ ଅକ୍ତିଆର କରିଥିଲେ । ୩୦୮ ରନର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୪୭.୧ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା ।

୨୦ ଓଭର ବେଳକୁ ନ୍ୟୁଜିଲାଣ୍ଡ ୮୮ ରନରେ ୩ଟି ୱିକେଟ ହରାଇଥିଲା । ଏହା ପରେ ଲାଥାମ ଏବଂ କେନ ୱିଲିୟମସନ ୪ର୍ଥ ୱିକେଟରେ ୨୨୧ ରନର ଅପରାଜିତ ପାର୍ଟନରଶିପ ସଂଗ୍ରହ କରି ଦଳକୁ ବିଜୟୀ କରାଇଥିଲେ । ଲାଥାମ ୧୪୫ ଓ ୱିଲିୟମସନ ୯୪ ରନ କରି ନଟଆଉଟ ରହିଥିଲେ । ଉମରାନ ମଲିକ ଭାରତ ପକ୍ଷରୁ ୨ଟି ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.