Latest Odisha News

BREAKING NEWS

ରୋଗକୁ ନିୟନ୍ତ୍ରଣ ରଖେ କଳା ଟମାଟୋ: ଜାଣନ୍ତୁ ଏହାର ଫାଇଦା

ଖାଦ୍ୟରେ ଟମାଟୋର ବିଶେଷ ମହତ୍ତ୍ୱ ରହିଥାଏ। ଟମାଟୋ ଖାଇବାର ସ୍ୱାଦ ବଢାଇଥାଏ। ତେଣୁ ଏହାକୁ ପ୍ରତି ଖାଦ୍ୟରେ ସ୍ୱାଦିଷ୍ଟ କରିବା ପାଇଁ ପକାଯାଏ। ଏହାଛଡା ଏହାକୁ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ବ୍ୟବହାର କରାଯାଏ। ତେବେ ଆପଣ ନାଲି କିମ୍ବା ହଳଦିଆ ରଙ୍ଗର ଟମାଟୋ ଦେଖିଥିବେ। କିନ୍ତୁ କେବେ ଆପଣ କଳା ରଙ୍ଗର ଟମାଟୋ କେବେ ଦେଖିଛନ୍ତି କି ? କଳା ଟମାଟୋ ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ଉପକାରୀ ଅଟେ । ଏହା ସ୍ୱାସ୍ଥ୍ୟ ପାଇଁ କୌଣସି ବରଦାନ ଠାରୁ କମ ନୁହେଁ । ଏହି ଟମାଟୋକୁ ଇଂରାଗୀରେ ଇଣ୍ଡିଗୋ ରୋଜ ଟମାଟୋ କୁହାଯାଏ । ଏହାର ସ୍ୱତନ୍ତ୍ରତା ହେଉଛି ଏହା ଜେନେଟିକ ମ୍ୟୁଟେସନ ଦ୍ୱାରା ତିଆରି ହେଉଛି । ତେବେ କଳା ଟମାଟୋ କ’ଣ, କେଉଁଠି ମିଳୁଛି, ଏହାର ଫାଇଦା କ’ଣ ଜାଣନ୍ତୁ…

କଳା ଟମାଟୋ ଅନ୍ୟ ରଙ୍ଗର ଟମାଟୋ ଭଳି ସମାନ ଭାବରେ ଚାଷ କରାଯାଏ । କିନ୍ତୁ ଏହାର ରଙ୍ଗ ବଦିଳିବା ପ୍ରକ୍ରିୟା ଏହାକୁ ଅନ୍ୟ ଟମାଟୋ ଠାରୁ ସ୍ୱତନ୍ତ୍ର କରିଥାଏ । ଏହି ବିଲାତି ପ୍ରଥମେ ସବୁଜ ରଙ୍ଗର ହୁଏ ପରେ ଧିରେ ଧିରେ ଲାଲ, ଏହାପରେ ନୀଳ ରଙ୍ଗ ହୋଇ, ଶେଷରେ କଳା ରଙ୍ଗ ହୋଇଥାଏ । କିନ୍ତୁ ଏଥିରୁ ମିଳୁଥିବା ପୋଷକ ତତ୍ୱ ନାଲି ବିଲାତି ତୁଳନାରେ ବହୁତ ଅଧିକ ହୋଇଥାଏ ।ଇଂଲଣ୍ଡର ଜନ୍‌ ଇନ୍ସ ସେଣ୍ଟରର ବୈଜ୍ଞାନିକ କେଥି ମାର୍ଟିନ ଏବଂ ତାଙ୍କ ସାଥି ଏହି ଟମାଟୋକୁ ଉତ୍ପନ୍ନ କରିଥିଲେ। ଏହାକୁ ସେ ନିଜ ରିସର୍ଚ୍ଚ ସମୟରେ ଉତ୍ପନ୍ନ କରିବାକୁ ଚେଷ୍ଟା କରିଥିଲେ। ଯେଉଁଥିରେ ଏନ୍ଥୋସୋୟାନିନର ମାତ୍ରା ଅଧିକ ରହିଛି। ଏନ୍ଥୋସୋୟାନିନ ଏକ ପ୍ରକାର ଉଚ୍ଚ ସ୍ତର ଆଣ୍ଟି ଆକ୍ସିଡାଣ୍ଟ। ଯାହା ବ୍ଲାକବେରୀ ଏବଂ ବ୍ଲୁବେରୀରେ ରହିଥାଏ। ରିସର୍ଚ୍ଚ ସମୟରେ କେଥି ଏବଂ ତାଙ୍କ ଟିମ୍‌ ଏକ ସ୍ନାପଡ୍ରାଗନ ଗୁଣ ଦୁଇଟି ଜିନ୍‌ ନେଇ ଟମାଟୋରେ ଭରିଥିଲେ। ଏହାପରେ ୨୦୦୪ରେ ଟମାଟୋ ନିଜ ରୂପ ନେଇଥିଲା। କିନ୍ତୁ ସେତେବେଳେ ଟମାଟୋ ବହୁତ ଛୋଟ ଥିଲା। ଟମାଟୋକୁ ସେମିତି କିଛି ଦିନ ପାଇଁ ଛାଡି ଦିଆଯାଇଥିଲା। କିଛିଦିନ ପରେ ଟମାଟୋ ବାଇଗଣୀ ରଙ୍ଗ ପରେ କଳା ରଙ୍ଗର ଟମାଟୋରେ ପରିବର୍ତ୍ତନ ହୋଇଥିଲା।

କଳା ଟମାଟୋରେ ପ୍ରୋଟିନ, ଭିଟାମିନ-ଏ, ସି, ମିନେରାଲ୍ସ ଏବଂ ଅନେକ ପ୍ରକାରର ଆଣ୍ଟି ଅକ୍ସିଡାଣ୍ଟ ମିଳିଥାଏ । ଏହା ଆମ ଶରୀରର ରକ୍ତ ଚାପକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ କ୍ୟାନସରରୁ ମୁକ୍ତି ଦେବ। ଶରୀର ଫୁଲିବା ସମସ୍ୟାକୁ କମ୍‌ କରିବା ସହ ଟାଇପ –୨ ଡାଇବେଟିସରୁ ସୁରକ୍ଷିତ ରଖିଥାଏ। ଟମାଟୋରେ ଭିଟାମିନ୍‌ ସି ଭରପୂର ମାତ୍ରାରେ ରହିଛି, ଯାହା ଶରୀରକୁ ସଂକ୍ରାମକ ରୋଗରୁ ରକ୍ଷା କରିଥାଏ। ଏହା ଇମ୍ୟୁନ୍‌ ସିଷ୍ଟମ୍‌କୁ ମଜଭୁତ କରିଥାଏ। ଏଥିରେ କୋଲଷ୍ଟ୍ରୋଲର ମାତ୍ରା ବହୁତ ଅଧିକ ଥାଏ । ଯାହାକି ଆମ ଶରୀରର ଓଜନ କମାଇବାରେ ସାହାଯ୍ୟ କରେ । ଯଦି ମୋଟାପଣର ଶୀକାର ହୋଇଛନ୍ତି ତାହେଲେ ଆପଣ ଖାଦ୍ୟାଭ୍ୟାସରେ କଳା ଟମାଟୋ ସାମିଲ କରନ୍ତୁ । ଟମାଟୋରେ ପୋଟାସିୟମ୍‌ ରହିଛି, ଯାହା ବ୍ଲଡ୍‌ ସେଲ୍ସକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏମିତିରେ ଯଦି ଆପଣ ପ୍ରତିଦିନ ଟମାଟୋ ସେବନ କରିବେ, ତ ଆପଣଙ୍କ ହୃଦୟ ମଧ୍ୟ ସୁସ୍ଥ ରହିବ। ଯଦି ଆପଣ ଡାଇବେଟିସ ରୋଗରେ ପୀଡ଼ିତ ତାହାଲେ କଳା ଟମାଟୋ ଆପଙ୍କ ପାଇଂ ରାମବାନ ସଦୃଶ୍ୟ କାମ କରିଥାଏ । ଏହା ଶରୀରର ଶର୍କରାର ମାତ୍ରାକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ ।

Leave A Reply

Your email address will not be published.