Latest Odisha News

BREAKING NEWS

ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ପ୍ୟାରିସ: ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ମାକ୍ରନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଗ୍ରାଣ୍ଡ୍ କ୍ରସ୍ ଅଫ୍ ଦ ଲେଜିଅନ୍ ଅଫ୍ ଅନର୍’ ସମ୍ମାନ ପ୍ରଦାନ କରିଛନ୍ତି। ଏହି ସମ୍ମାନ ପାଇବାରେ ନରେନ୍ଦ୍ର ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବରୁ ବିଶ୍ୱର ଅନେକ ନେତା ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ଏଥିମଧ୍ୟରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ ମଣ୍ଡେଲା, ତତ୍କାଳୀନ ପ୍ରିନ୍ସ ଅଫ୍ ୱେଲ୍ସ, କିଙ୍ଗ ଚାର୍ଲ୍ସ, ଜର୍ମାନୀର ପୂର୍ବତନ କୂଳପତି ଏଞ୍ଜେଲା ମର୍କେଲ, ମିଳିତ ଜାତିସଂଘର ପୂର୍ବତନ ସେକ୍ରେଟେରୀଙ୍କ ଅନେକ ବ୍ୟକ୍ତି ସାମିଲ ଅଛନ୍ତି।

ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀଙ୍କୁ ପ୍ୟାରିସରେ ଅତି ସୁନ୍ଦର ଭାବେ ସ୍ୱାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚିବା ମାତ୍ରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ନେତାଙ୍କ ସହ କଥାବାର୍ତ୍ତା ହୋଇଥିଲେ। କେତେକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ୟୁପିଆଇ, ଚନ୍ଦ୍ରଯାନ-୩ ଭଳି ପ୍ରସଙ୍ଗ ଉଲ୍ଲେଖ କରିଥିଲେ। ଏହା ପରେ ମୋଦୀ ପ୍ୟାରିସର ଏଲିସି ପ୍ୟାଲେସରେ ପହଞ୍ଚି ସେଠାରେ ରାଷ୍ଟ୍ରପତି ମାକ୍ରୋନଙ୍କ ସହ ରାତ୍ରୀ ଭୋଜନ କରିଥିଲେ।

ଆଜି ପ୍ରଧାନମନ୍ତ୍ରୀ ସେଠାରେ ବହୁତ ବ୍ୟସ୍ତ ଦିନ ଅତିବାହିତ କରିବାକୁ ଯାଉଛନ୍ତି। ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ମୁଖ୍ୟ ଅତିଥି ଭାବରେ ପ୍ୟାରିସରେ ବଷ୍ଟିଲ୍ ଡେ ପରେଡରେ ଯୋଗଦେବେ। ଭାରତର ତିନୋଟି ସୈନ୍ୟ ଦଳ ମଧ୍ୟ ଏହି ପ୍ୟାରେଡରେ ଅଂଶଗ୍ରହଣ କରୁଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ଆହୁରି ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ମାକ୍ରୋନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ ଆଜି ଅନେକ ପ୍ରତିରକ୍ଷା ଚୁକ୍ତିରେ ମୋହର ଲାଗିବ ବୋଲି କୁହାଯାଉଛି। ଶେଷରେ ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଆବୁଧାବି ଗସ୍ତ କରିବେ।

ସୂଚନା ଥାଉକି ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହା ହେଉଛି ୧୪ତମ ଆନ୍ତର୍ଜାତୀୟ ସମ୍ମାନ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟର ରାଜଧାନୀ କାଇରୋ ଗସ୍ତ ସମୟରେ ରାଷ୍ଟ୍ରପତି ଅବଦେଲ ଫତ୍ତାହ ଅଲ-ସିସିଙ୍କ ଦ୍ୱାରା ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ଦି ନାଇଲ୍’ ପ୍ରଦାନ କରାଯାଇଥିଲା। ୧୯୧୫ ମସିହାରେ ପ୍ରତିଷ୍ଠିତ ହୋଇଥିବା ‘ଅର୍ଡର ଅଫ୍ ଦି ନାଇଲ୍’ ରାଜ୍ୟ ମୁଖ୍ୟ, ରାଜକୁମାର ଏବଂ ଉପ-ରାଷ୍ଟ୍ରପତିମାନଙ୍କୁ ପ୍ରଦାନ କରାଯାଇଥାଏ, ଯେଉଁମାନେ ଇଜିପ୍ଟ କିମ୍ବା ମାନବିକତା ପାଇଁ ଅମୂଲ୍ୟ ସେବା ପ୍ରଦାନ କରନ୍ତି।

ଚଳିତ ବର୍ଷ ୪ଟି ଦେଶ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ମାନିତ କରିଛନ୍ତି-

  • ଜୁନ୍ ୨୦୨୩ ରେ, ଇଜିପ୍ଟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅର୍ଡର ଅଫ୍ ନାଇଲ୍ ସହିତ ସମ୍ମାନିତ କରିଥିଲା।
  • ମେ ୨୦୨୩ ରେ, ପାପୁଆ ନ୍ୟୁ ଗିନି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କମ୍ପେନୀୟନ ଅଫ୍ ଦ ଅର୍ଡର ଅଫ୍ ଲୋଗୋହୁ ପୁରସ୍କାରରେ ସମ୍ମାନିତ କରିଥିଲେ।
  • ମେ ୨୦୨୩ ରେ, ଫିଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କମ୍ପେନୀୟନ ଅଫ୍ ଦ ଅର୍ଡର ଅଫ୍ ଫିଜି ସମ୍ମାନରେ ସମ୍ମାନିତ କରିଥିଲେ।
  • ମେ ୨୦୨୩ ରେ, ପାଲାଉ ରିପବ୍ଲିକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏବାକଲ ପୁରସ୍କାରରେ ସମ୍ମାନିତ କରିଥିଲା।
Leave A Reply

Your email address will not be published.