Latest Odisha News

BREAKING NEWS

ମୋଟରସାଇକେଲ ରଖିବାକୁ ନେଇ ଗଣ୍ଡଗୋଳ,ଜଣେ ମୃତ ୩ ଗୁରୁତର

କଟକ : ମୋଟର ସାଇକେଲ ରଖିବାକୁ ନେଇ ତୁମୁଳକାଣ୍ଡ । ଦୁଇ ପରିବାର ମଧ୍ୟରେ ଗଣ୍ଡୋଗୋଳ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବଡମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। କଟକ ବଡମ୍ବା ଥାନା ମୁଗଗହିର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ଗତକାଲି ଦିଲ୍ଲୀପ ଖଟୁଆ କଟକରେ ଡ୍ରାଇଭର ଭାବେ କାମ କରନ୍ତି।

ଦିପାବଳୀ ଛୁଟିରେ ନିଜ ଘରକୁ ଫେରି ନିଜ ଘର ପାଖରେ ଥିବା ବାସେଳି ମନ୍ଦିର ନିକଟରେ ନିଜ ମୋଟର ସାଇକେଲ ଥୋଇ ଘରକୁ ଯିବା ସମୟରେ ସେହି ଗାଁ ର ଚରଣ ରାଉତ ତାଙ୍କୁ ଗାଡି ମନ୍ଦିର ନିକଟରୁ ଗାଡି ଉଠାଇବାକୁ କହିଥିଲେ।ଦିଲ୍ଲୀପ ଖଟୁଆ ତାଙ୍କ କଥା ନଶୁଣିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଦିଲ୍ଲୀପ ଘରକୁ ଚାଲିଆସିଥିଲେ। ସେହି ସମସୟେ ଚରଣ ଓ ତାଙ୍କ ପରିବାର ଦିଲ୍ଲୀପଙ୍କ ଘରକୁ ଆସି ଗଣ୍ଡଗୋଳ କରିଥିଲେ। ଶିଳପୁଆରେ ଆକ୍ରମଣ କରିବାକୁ ମଧ୍ୟ ପଛାଇନଥିଲେ ଚରଣଙ୍କ ପରିବାର ଲୋକ।

ଏହି ଆକ୍ରମଣରେ ଦିଲ୍ଲୀପଙ୍କ ବାପା,ମା ,ସାନଭାଇ ଓ ଭଉଣିଙ୍କୁ  ଠେଙ୍ଗା ବାଡି ଓ ଇଟା ରେ ପ୍ରବଳ ମାଡ ମାରିଥିଲେ। ଫଳରେ ଦିଲ୍ଲୀପଙ୍କ ପରିବାର ୪ ଜଣ ଗୁରୁତର ହୋଇ ବଡମ୍ବା ମେଡିକାଲରେ ଚିକିତ୍ସିତ ହେଉଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲ ସ୍ତାନାନ୍ତର କରାଯାଇଛି।ସେଠାରେ ଡାକ୍ତର ଦିଲ୍ଲୀପଙ୍କୁ ମୃତ ଘୋଷଣା କରିଛନ୍ତି।ବଡମ୍ବା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.