Latest Odisha News

BREAKING NEWS

ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ମିଳିବ ଘର

କଟକ : ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ମିଳିବ ବାସଗୃହ । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ଗୃହ ନିର୍ମାଣ ବିଭାଗ ବା ହାଉସିଂ ବୋର୍ଡ ପକ୍ଷରୁ କଟକ ନୂଆ ବଜାର ବିଦ୍ୟାଧର ପୁରଠାରେ ଏହି ଯୋଜନା ଉଦଘାଟିତ ହୋଇଯାଇଛି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଭର୍ଚୁଆଲ୍ ମୋଡରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟିତ କରିଥିଲେ ।ଏହାକୁ ଚୌଦ୍ୱାର କଟକ ବିଧାୟକ ସୌଭିକ୍ ବିଶ୍ୱାଳ ଏବଂ ବିଭାଗୀୟ ଯନ୍ତ୍ରୀ,ବିଦ୍ୟୁତ୍ ଯନ୍ତ୍ରୀ,ଠିକାଦାର, ପୁର୍ବତନ କର୍ପୋରେଟର,ସରକାରୀ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆର୍ଥିକ ଦୁର୍ବଳ ଶ୍ରେଣୀୟ ଲୋକଙ୍କୁ ଘରକୁ ପ୍ରଦାନ କରିଥିଲେ।

ଏହି ଆପାର୍ଟମେଣ୍ଟରେ ମୋଟ୍ ୧୪ ଟି ବ୍ଲକ୍ ଥିବାବେଳେ ୧୯୬ ଟି ଫ୍ଲାଟ୍ ରହିଛି। ୧୫ ହଜାର କମ୍ ରୋଜଗାର ଥିବା ବ୍ୟକ୍ତିଙ୍କ ପାଇଁ ଏହି ଘର ଉପଲବ୍ଧ ରହିଛି । ବିଶେଷ କରି ଏହି ୧୯୬ ଟି କୋଠାଘରେ ୧୯୬ ଟି ପରିବାର ରହିପାରିବେ। ମୋଟ୍ ୫୫ ହଜାର ୬୬୪ ବର୍ଗଫୁଟ୍ ରେ ନିର୍ମିତ ଏହି ପ୍ରକଳ୍ପରେ ୮ କୋଟି ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଗୋଟିଏ ଘରକୁ ୨୮୪ ବର୍ଗଫୁଟ୍ ଥିବାବେଳେ ୪ ଲକ୍ଷ ୧୬ ହଜାର ଟଙ୍କା ଲେଖାଏଁ ଧାର୍ୟ୍ୟ କରାଯାଇଛି।

ଏଥିସହିତ ଗୋଟିଏ ବେଡରୁମ, କିଚେନ୍, ଟଏଲେଟ୍, ବାଲକୋନି,ପାଣିର ସୁବିଧା ଏବଂ ଗାଡି ରଖିବା ପାଇଁ ପାର୍କିଂ ଆଦି ସୁବିଧା ଉପଲବ୍ଧ ରହିଛି। ତେବେ ରାଜ୍ୟର ଅନେକ ଜିଲ୍ଲାର ସହରାଞ୍ଚଳରେ ଆର୍ଥିକ ଅନଗ୍ରସର ବ୍ୟକ୍ତି ରହିଥିବା ବେଳେ ସେମାନଙ୍କ ପାଇଁ ଏଭଳି ପ୍ରକଳ୍ପ କରି ରାଜ୍ୟ ସରକାରଙ୍କ ପକ୍ଷରୁ ଘର ଯୋଗାଇ ଦିଆଯିବ। ସରକାରଙ୍କ ଏଭଳି ଉଦ୍ୟମକୁ ବିଧାୟକ ପ୍ରଶଂସା କରିଛନ୍ତି।

 

Leave A Reply

Your email address will not be published.