Latest Odisha News

ଗ୍ରାଣ୍ଡସ୍ଲାମ ଟେନିସରେ ୩୦୦ତମ ବିଜୟ ହାସଲରେ ଦ୍ୱିତୀୟ ଖେଳାଳି ହେଲେ ଜୋକୋଭିଚ

ମେଲବୋର୍ଣ୍ଣ: ଟେନିସ ଇତିହାସରେ ଦ୍ୱିତୀୟ ଖେଳାଳି ଭାବେ ସର୍ବିୟାର ନୋଭାକ ଜୋକୋଭିଚ ଗ୍ରାଣ୍ଡସ୍ଲାମ ମୁକାବିଲାରେ ୩୦୦ ବିଜୟ ହାସଲ କରିଛନ୍ତି । ସୁଇଜରଲାଣ୍ଡର ରୋଜର ଫେଡେରର ସର୍ବାଧିକ ୩୬୫ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଚଳିତ ଅଷ୍ଟ୍ରେଲିଆନ ଓପନରେ କାନାଡାର ମିଲୋସ ରାଓନିକଙ୍କୁ ୭-୬, ୪-୬, ୬-୧ ଓ ୬-୪ ସେଟରେ ପରାସ୍ତ କରିବା ପରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି ।

ଏଥିସହ ସେ ୧୨ଥର ପାଇଁ ଏହି ଟୁର୍ଣ୍ଣାମେଂଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଅନ୍ୟ ମୁକାବିଲାରେ ସିମୋନା ହାଲେପ, ସେରେନା ୱିଲିୟମ୍ସ ଓ ନାଓମି ଓସକା ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି ।

Leave A Reply

Your email address will not be published.